ଏଣିକି ଫିରୋଜଶାହ କୋଟଲା ଦୁର୍ଗରେ ନମାଜ ପାଠ ପାଇଁ କିଣିବାକୁ ପଡ଼ିବ ଟିକେଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଫିରୋଜଶାହ କୋଟଲା ଦୁର୍ଗରେ ନମାଜ ପାଠ ପାଇଁ କିଣିବାକୁ ପଡ଼ିବ ଟିକେଟ । ତେବେ ଦିଲ୍ଲୀରର ଫିରୋଜଶାହ କୋଟଲାରେ ନମାଜ ପାଠ କରିବା ପାଇଁ ୨୫ ଟଙ୍କାର ଟିକେଟ କିଣିବାକୁ ପଡିବ। ଟିକେଟ୍ କିଣିବା ପରେ ନାମଜ ପାଠ ପାଇଁ ଅନୁମତି ଦିଆଯିବ। ସେପଟେ ଭାରତୀୟ ପତ୍ନତତ୍ତ୍ୱ ବିଭାଗ ଏହି ନିଷ୍ପତ୍ତି ନେଇଛି। କୋଟଲା ଦୁର୍ଗ ଏକ ଐତିହାସିକ ସ୍ଥଳୀ ଏବଂ ଏହାର ରକ୍ଷଣାବେକ୍ଷଣ ଦାୟୀତ୍ୱ ଏଏସଆଇ ନିକଟରେ ରହିଥାଏ। ଅନେକ ଥର ଅଜଥା ଭିଡ ଯୋଗୁଁ ଅନେକ ଅସୁବିଧାର ସାମନା କରିବାକୁ ପଡିଥାଏ। ଭିଡକୁ ଦୂର କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଅନ୍ୟପଟେ ଫିରୋଜଶାହ କୋଟଲାରେ ନମାଜ ପାଠ କରିବାକୁ ଯାଉଥିବା ବ୍ୟକ୍ତିଙ୍କୁ ୨୫ ଟଙ୍କର ଟିକେଟ୍ କିଣିବାକୁ ପଡିବ। ଏହାପରେ ନମାଜ ପାଇଁ ଅନୁମତି ଦିଆଯିବ।

ପୂର୍ବରୁ କେବଳ ଫିରୋଜଶାହ କୋଟଲା ବୁଲିବାକୁ ଯାଉଥିବା ଲୋକଙ୍କଠାରୁ ଟିକେଟ୍ ଟଙ୍କା ଆଦାୟ କରାଯାଉଥିଲା। କିନ୍ତୁ ଏବେ ନମାଜ ପାଠ କରିବା ପାଇଁ ମଧ୍ୟ ଟିକେଟ କିଣିବାକୁ ପଡିବ। ଭେଦଭାବ ଦୂର କରିବା ପାଇଁ ଏହିପରି ନିଷ୍ପତ୍ତି ନିଆଯାଇଛି, ନମାଜ ପାଠ କରିବା ପାଇଁ କୌଣସି ପ୍ରତିବନ୍ଧକ ଲାଗୁ କରାଯାଇ ନାହିଁ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି। ନମାଜ ପାଠ କରିବାକୁ ଆସୁଥିବା ମୁସଲମାନ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନଙ୍କ କହିବା କଥା, ନମାଜ ପାଠ କରିବାକୁ ଆସୁଥିବା ଗରିବ ଲୋକେ ଏହାଦ୍ୱାରା ପ୍ରଭାବିତ ହେବେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts