ନରେନ୍ଦ୍ର ମୋଦିଙ୍କୁ ଯେତେବେଳେ ବିଭିନ୍ନ ମାମଲାରେ ପଚାର ଉଚରା କରାଯାଉଥିଲା ସେତେବେଳେ ଆମେ ବିରୋଧ କରୁଥିଲୁ କି ? : ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନରେନ୍ଦ୍ର ମୋଦିଙ୍କୁ ଯେତେବେଳେ ବିଭିନ୍ନ ମାମଲାରେ ପଚାର ଉଚରା କରାଯାଉଥିଲା ସେତେବେଳେ ଆମେ ବିରୋଧ କରୁଥିଲୁ କି ? କିଛି ଏଭଳି ପ୍ରଶ୍ନ କଂଗ୍ରେସକୁ ପଚାରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ରବି ଶଙ୍କର ପ୍ରସାଦ। ତେବେ ରବି ଶଙ୍କର ପ୍ରସାଦ କଂଗ୍ରେସକୁ ଟାର୍ଗେଟ କରି ଆହୁରି କହିଛନ୍ତି ” ବିଜେପି ସବୁବେଳେ ଅନୁସନ୍ଧାନ କାରୀ ସଂସ୍ଥା ଗୁଡ଼ିକୁ ସମ୍ମାନ ଦେଇ ଆସିଛି, ଅପର ପକ୍ଷରେ କଂଗ୍ରେସ ବର୍ତ୍ତମାନ ଅନୁସନ୍ଧାନ କାରୀ ସଂସ୍ଥା ଗୁଡ଼ିକୁ ହତାଶ କରିବାକୁ ଚେଷ୍ଟା କରୁଛି”। ତେବେ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି ଜେରା ଘଟଣାରେ କଂଗ୍ରେସର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଏନେଇ ରବି ଶଙ୍କର ପ୍ରସାଦ କଂଗ୍ରେସକୁ ଟାର୍ଗେଟ କରି ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ମନ୍ତବ୍ୟ ଦେଇଛନ୍ତି।

ସୂଚନା ଅନୁସାରେ ନେସନାଲ ହରାଲ୍ଡ ମାମଲାରେ ଆଜି କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀଙ୍କୁ ଜେରା କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ୍ କରିଛି । ଏହି ଜେରା କୁ ବିରୋଧ କରି କଂଗ୍ରେସ ଦଳ ସାରା ଦେଶରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି।

Related Posts