ଦାର୍ଜିଲିଂର ଏକ ଫୁଡ଼ ଷ୍ଟୋଲରେ ମୋମୋ ତିଆରି କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ; ଭାଇରାଲ ହେବାରେ ଲାଗିଛି ଭିଡିଓ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦାର୍ଜିଲିଂର ଏକ ଫୁଡ଼ ଷ୍ଟୋଲରେ ମୋମୋ ତିଆରି କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ମମତା ଜଣେ ମୋମୋ ବିକାଳିଙ୍କୁ ସାହାଯ୍ୟ କରିଥିବା ଦେଖାଯାଇଛି। ଟଙ୍କା ଦେଇ ନୁହେଁ ବରଂ ତାଙ୍କୁ ମୋମୋ ତିଆରି କରିବାରେ ସାହାଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେପଟେ ଦାର୍ଜିଲିଙ୍ଗରେ ଏକ ମୋମୋ ଷ୍ଟଲରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ୟ୍ୟଚକିତ କରିଦେଇଥିଲେ ମମତା ବାନାର୍ଜୀ । ସେଠାରେ ପହଞ୍ଚିବା ପରେ ସେ ହଠାତ୍ ମୋମୋ ତିଆରି କରିବାରେ ଲାଗିପଡ଼ିଥିଲେ। ଏହି ଭିଡିଓଟି ଭାଇରାଲ ହେବା ପରେ ଏବେ ଲୋକେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଚାଏ ପେ ଚର୍ଚ୍ଚା’ ସହ ତୁଳନା କରି ‘ମୋମୋ ଉଇଥ୍ ମମତା’ କହି ଭିଟିଓକୁ ରିଟ୍ବିଟ କରିବାରେ ଲାଗିଛନ୍ତି।

ଅନ୍ୟପଟେ ବର୍ତ୍ତମାନ ବୀରଭୂମ ହିଂସାକୁ ନେଇ ମମତା ବାନାର୍ଜୀ ଲାଇମଲାଇଟରେ ଅଛନ୍ତି । ରୋଧୀ ଦଳକୁ ଟାର୍ଗେଟ କରିବା ପାଇଁ ବିଜେପି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରୁଛି ବୋଲି ଦୋଷାରୋପ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଭିନ୍ନ ବିରୋଧୀ ଦଳ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ଅଣ-ବିଜେପି ନେତାମାନଙ୍କୁ ଚିଠି ଲେଖିଛନ୍ତି। ଏସବୁ ମଧ୍ୟରେ ମମତାଙ୍କ ଏପରି ଭିଡିଓ ସାମ୍ନାକୁ ଆସିବା ଦ୍ୱାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts