କେନ୍ଦ୍ର ରାଜ୍ୟ ଲଢେଇ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅପଲନ ବନ୍ଦୋପାଧ୍ୟୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅପଲନ ବନ୍ଦୋପାଧ୍ୟୟଙ୍କୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ସେ ଅବସର ଘୋଷଣା କରିଛନ୍ତି । ତାଙ୍କ କାର୍ଯ୍ୟକାଳ ୩ ମାସ ବୃଦ୍ଧି କରାଯାଇଥିବା ସତ୍ତ୍ୱେ ସେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି। ତେବେ ଅପଲନ ବନ୍ଦୋପାଧ୍ୟୟଙ୍କୁ ଦିଲ୍ଲୀ ପଠାଇବାକୁ ନିଷ୍ପତ୍ତି ନେଇଥିବା ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ଅଲପନ ଅବସର ନେବା ପରେ ହରି କ୍ରିଷ୍ଣା ଦ୍ୱିବେଦୀଙ୍କୁ ପଶ୍ଚିମବଙ୍ଗର ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ମିଳିଛି। ଉଲ୍ଲେଖନୀୟ କଥା ହେଉଛି, ଦୁଇ ଦିନ ପୂର୍ବେ ବାତ୍ୟା ୟାସର କ୍ଷୟକ୍ଷତିର ଆକଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ ଯୋଗ ଦେଇ ନଥିଲେ। କେବଳ କ୍ଷୟକ୍ଷତି ରିପୋର୍ଟ ଧରାଇ ଦେଇ ଦିଘା ଗସ୍ତରେ ଚାଲି ଯାଇଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। କେନ୍ଦ୍ର ସରକାର ଅଲପନଙ୍କୁ ଦିଲ୍ଲୀ ତଲବ କରିବା ସହ ୩୧ ତାରିଖ ଦିନ ୧୦ଟା ସୁଦ୍ଧା ହାଜର ହେବାକୁ ଚିଠି ଲେଖି ଥିଲେ। କିନ୍ତୁ ଅଲପନ ଦିଲ୍ଲୀ ଯାଇନଥିଲେ। ଆଜି ମମତା ବାନାର୍ଜୀ ତାଙ୍କ ବଦଳି ଉପରେ ରୋକ ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। ତେବେ କେନ୍ଦ୍ର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ଲଢେଇ ମଧ୍ୟରେ ଅଲପନ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଛନ୍ତି। ଅବସର ନେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି।

Related Posts