ଦୁଇ ପ୍ରଧାନମନ୍ତ୍ରୀ ମୋଦୀ – ରାଜୀବଙ୍କ ବିମାନ ଯାଞ୍ଚ କରିଥିବା ଦୁଇ ଆଇପିଏସ୍ ଅଧିକାରୀଙ୍କ ଭାଗ୍ୟ କଣ ହେଲା ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର ; ବିଗତ 2019 ନିର୍ବାଚନ ସମୟରେ ସମ୍ବଲପୁରରେ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ କର୍ଣ୍ଣାଟକ କ୍ୟାଡ଼ର ର ଜଣେ ଆଇ ପି ଏସ ଅଧିକାରୀ ମହମ୍ମଦ ମୋହସିନ। ଯାହାଙ୍କୁ ନିର୍ବାଚନ ଆୟୋଗ ନିଲମ୍ବନ କରିଥିଲେ। ବିଡମ୍ବନା ଯେ, ମହସୀନଙ୍କ ଭାଗ୍ୟ ଠିକ୍ ଓଲଟା ଆଉ ଜଣେ ଆଇ ପି ଏସ ଅଧିକାରୀ ଏ ଏଲ୍ ବାନୀର୍ଜି ଙ୍କ ଠାରୁ ଯିଏ ଅନ୍ୟ ଜଣେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଏୟାରକ୍ରାଫ୍ଟ ଯାଞ୍ଚ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକପ୍ଟର ଯାଞ୍ଚ କରି ଜଣେ ଅଧିକାରୀ ସସପେଣ୍ଡ ହେଲେ ମାତ୍ର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିମାନ ଯାଞ୍ଚ କରିଥିବା ଅଧିକାରୀ ୟୁପିର ଡିଜିପି ଭାବରେ ଅବସର ଗ୍ରହଣ କଲେ।

ଘଟଣା ଟା କଣ ଥିଲା ?
ନିର୍ବାଚନ ଆୟୋଗ ଓଡିଶାରେ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ମହମ୍ମଦ ମୋହସିନ ଙ୍କୁ ନିଯୁକ୍ତ କରିଥିଲେ। ସେ ୧୯୯୯୬ ବ୍ୟାଚ୍ କର୍ଣ୍ଣାଟକ କ୍ୟାଡର ଆଇଏଏସ୍ ଅଧିକାରୀ । ସେ ମୋଦି ଙ୍କ ହେଲିକପ୍ଟର ଯାଞ୍ଚ ବେଳେ ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ (ଏସପିଜି) ର ସୁରକ୍ଷା ସମ୍ବନ୍ଧୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଜିଲ୍ଲା କଲେକ୍ଟର ତଥା ପୋଲିସର ଡେପୁଟି ଇନ୍ସପେକ୍ଟର ଜେନେରାଲଙ୍କ ଦ୍ୱାରା ପଠାଯାଇଥିବା ଏକ ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ନିର୍ବାଚନ କମିଶନରଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା। ତେବେ ପରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (CAT) ନିର୍ବାଚନ କମିଶନଙ୍କ ନିଲମ୍ବନ ଆଦେଶକୁ ସ୍ଥଗିତ ରଖିଥିଲେ। CAT ଆୟୋଗଙ୍କୁ ପରାମର୍ଶ ଦେଇଥିଲେ ଯେ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ରାଜୀବ ଗାନ୍ଧୀଙ୍କ ବିମାନ ଯାଞ୍ଚ କରିଥିବା ଅଧିକାରୀ ଙ୍କ ସହ କଣ ହେଇଥିଲା ?

ମୋହସିନ୍‌ ବିରୁଦ୍ଧରେ ଅଭିଯୋଗ ଥିଲା ଯେ ସେ ନିର୍ବାଚନ ସମୟରେ ଭିଭିଆଇପି ବିମାନକୁ ଶାରୀରିକ ଅନୁସନ୍ଧାନ କରିଥିଲେ।
ଠିକ୍ ସମାନ କାର୍ଯ୍ୟ ଫେବୃଆରୀ ୧୯୮୫ ରେ, ଉତ୍ତରପ୍ରଦେଶର ଗୋରଖପୁର ଗ୍ରାମାଞ୍ଚଳର ତତ୍କାଳୀନ ପୋଲିସ୍ ଅଧୀକ୍ଷକ ଏଲ୍ ବାନାର୍ଜୀ ( A.L. Banerjee) କରିଥିଲେ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାର କରୁଥିବା ସମୟରେ ତତ୍କାଳୀନ ଦିବଂଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ବିମାନ ଯାଞ୍ଚ୍ କରିବାର ସୁଯୋଗ ପାଇଥିଲେ। ବାନାର୍ଜୀ ୟୁପିର ଡିଜିପି କାର୍ଯ୍ୟକାଳ ଶେଷ କରିବା ପରେ ଅବସର ନେଇଥିଲେ।

ଏ ଏଲ୍ ବାନାର୍ଜୀଙ୍କ ସହ କ’ଣ ଘଟିଥିଲା ?

୧୯୮୫ ମସିହା ଫେବୃଆରୀ ଏବଂ ମାର୍ଚ୍ଚ ମାସ, ସେହି ସମୟରେ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥାଏ । ଡିସେମ୍ବର ୧୯୮୪ ରେ ଲୋକସଭା ନିର୍ବାଚନ ପୂର୍ବରୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ହେତୁ କାର୍ଯ୍ୟସୂଚୀ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥାଏ।

ସେହିବର୍ଷ ତାଙ୍କୁ (ଏ ଏଲ୍ ବାନାର୍ଜୀ) ଗୋରଖପୁର ଗ୍ରାମୀଣରେ ପୋଲିସ୍ ଅଧୀକ୍ଷକ ଭାବରେ ପୋଷ୍ଟ କରାଯାଇଥିଲା। ବାନାର୍ଜୀ ତାଲିମ ନେବା ପରେ ପ୍ରାୟ ପାଞ୍ଚ ବର୍ଷ ହେବ ସେବା ଯୋଗାଇ ଆସୁଥିଲେ। ସେତେବେଳେ ଗୋରଖପୁର ଏକ ବଡ଼ ଜିଲ୍ଲା ଥିଲା ଏବଂ ଗୋରଖପୁର ଜିଲ୍ଲାରୁ ତିନିଜଣ ସାଂସଦ ଲୋକସଭାକୁ ଏବଂ ୧୫ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହେଉଥିଲେ।

ଲୋକସଭା ନିର୍ବାଚନ ସମୟରେ ତାଙ୍କର ପୋଲିସ୍ ଫୋର୍ସର ପରିଚାଳନା ଅଭିଜ୍ଞତା ଥିଲା । ଏହି ଅଭିଜ୍ଞତା ତାଙ୍କୁ ପୁଣି ଥରେ ବିଧାନସଭା ନିର୍ବାଚନ ସମୟରେ ସାହାଯ୍ୟ କରିଥିଲା । ୧୯୮୨ ମସିହାରେ ତାଙ୍କର ଗ୍ରାମ ସଭା ନିର୍ବାଚନର ପରିଚାଳନା ତଦାରଖ କରିଥିଲେ। ସେ କୁହନ୍ତି ଯେ ବିଧାନସଭା ନିର୍ବାଚନର ପରିଚାଳନା, ପୋଲିସ୍ / ସୁରକ୍ଷା ଦୃଷ୍ଟିରୁ, ମୋ ପାଇଁ ନୂଆ ନୁହେଁ ।

୧୯୮୪ ଡିସେମ୍ବର ଲୋକସଭା ନିର୍ବାଚନ ସମୟରେ ଏ ଏଲ୍ ବାନାର୍ଜୀ ଆଇନ ଶୃଙ୍ଖଳା ବଜାୟ ରଖିବା, ଭିଆଇପି ସୁରକ୍ଷା ଏବଂ ଅନ୍ୟାନ୍ୟ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ କରି ଅଭିଜ୍ଞତା ଅର୍ଜନ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଭିଭିଆଇପି ଗସ୍ତ ତାଙ୍କ ପାଇଁ ନୂଆ ଥିଲା। VIP ଭିଜିଟ୍ ସମ୍ପୂର୍ଣ୍ଣ ଭିନ୍ନ। ସୌଭାଗ୍ୟବଶତଃ, ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଗୋରଖପୁର ଗସ୍ତ ପାଇଁ ଯୋଜନା କରିଥିଲେ।

ଏକ ନିର୍ବାଚନ କାର୍ଯ୍ୟସୂଚୀ ସମୟରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଭିଜିଟ୍ କୁ ପ୍ରାଥମିକତା ଦୃଷ୍ଟିରୁ ବର୍ଗୀକୃତ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସର୍ବଦା ସର୍ବାଧିକ ଗୁରୁତ୍ୱ ଦିଆଯାଇଥାଏ। ସୁରକ୍ଷା ପ୍ରୋଟୋକଲ, ଯୋଗାଯୋଗ, ଆସିବା ପୂର୍ବରୁ ରିହର୍ସଲ୍, ବିସ୍ଫୋରକ କିମ୍ବା ଅପରିଚିତ ବ୍ୟକ୍ତିଙ୍କ ସଂକ୍ଷିପ୍ତ ବିବରଣୀ ଏବଂ ଯାଞ୍ଚଗୁଡିକ ବିସ୍ତୃତ ଭାବରେ କରାଯାଇଥାଏ ।

ପ୍ରତ୍ୟେକ ଅଧିକାରୀଙ୍କର ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ରହିଥାଏ । ଏହି ସବୁ ନିୟମ ଏକ blue book’ରେ ବର୍ଣ୍ଣିତ ହୋଇଛି । ଏସପିଜି ସୃଷ୍ଟି ହେବା ପରେ, ବିଶେଷ ଭାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅଧିକ ବିସ୍ତୃତ ହୋଇଥିଲା ।

ବର୍ଷେ ତଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା କାହା ମନରୁ ଲିଭି ନ ଥିଲା ତେଣୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରୋଟୋକଲ୍ ଏବଂ ଯାଞ୍ଚ ପ୍ରକ୍ରିୟା କଡା କଡି କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପୋଲିସ ଦାୟୀ ନୁହେଁ। ଏଥିପାଇଁ ରାଜ୍ୟ ପୋଲିସ ଦାୟୀ ରହିଥାଏ।

ପ୍ରଧାନମନ୍ତ୍ରୀ ଫେବୃଆରୀ ଆରମ୍ଭରେ ଏକ ବାୟୁସେନା ଷ୍ଟେସନରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା । ଏଠାରୁ ରାଜୀବ ଗାନ୍ଧୀ ହେଲିକପ୍ଟରରେ ଗୋରଖପୁରକୁ ଫେରିବା ପୂର୍ବରୁ ଗୋଟିଏ ସଭାରେ ସମ୍ବୋଧନ କରିବାକୁ ଯାଉଥିଲେ। ଏହା ପରେ ସେ ଜୟପୁର ଯିବାର କାର୍ଯ୍ୟକ୍ରମ ରହିଥିଲା ।

ସେହି ସମୟରେ ଏ ଏଲ୍ ବାନାର୍ଜୀଙ୍କୁ ଗୋରଖପୁର air field ଦାୟିତ୍ୱ ଦିଆଯାଇଥିଲା। ଏହାର ଅର୍ଥ ହେଉଛି ପରିସୀମା ଏବଂ ଏୟାରଫିଲ୍ଡକୁ ସୁରକ୍ଷିତ ରଖିବା ପାଇଁ ଯେପରି କୌଣସି ତ୍ରୁଟି ନହୁଏ ଏବଂ ବିମାନଟି ସଠିକ୍ ଭାବରେ ରହିଥିବାର ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥାଏ । ସୁରକ୍ଷା ଦୃଷ୍ଟିରୁ ବାନାର୍ଜୀ ସମସ୍ତ ଯାନ ଯାଞ୍ଚ କରି ଥିଲେ ।

ଏ ଏଲ୍ ବାନାର୍ଜୀ ଇଣ୍ଟେଲିଜେନ୍ସ ବ୍ୟୁରୋ, State Special Branch, ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରି ଦିନ ତମାମ ଏହି ଅଞ୍ଚଳକୁ ସ୍କାନ କରିଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ଏକ ଫୁଲ୍ ଡ୍ରେସ ରିହର୍ସାଲ ଅନୁଷ୍ଠିତ ହୋଇଥିଲା । ଫେବୃଆରୀ ୧୧ ରେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିମାନ ସେହି ଏୟାର ଫିଲ୍ଡରେ ଅବତରଣ କରି ହେଲିକପ୍ଟର ଯୋଗେ ବସ୍ତି ଅଭିମୁଖେ ଯାତ୍ରା କରିଥିଲେ।

ବାନାର୍ଜୀ ସେହି ସମୟରେ ବିମାନବନ୍ଦରରେ ଥିବା ବରିଷ୍ଠ-ଅଧିକାରୀ ଥିଲେ। ସେ ପୁନର୍ବାର ସମସ୍ତ ଯାନ ଯାଞ୍ଚ କରିଥିଲେ ଏବଂ ତା’ପରେ ଟାର୍ମାକକୁ ଫେରି ଆସିଥିଲେ। ପାଞ୍ଚ ଜଣ ପୋଲିସ ରାଇଫଲ ଧରି ବିମାନକୁ ଜଗି ରହିଥିଲେ। ଯୋଗାଯୋଗ ଉଦ୍ଦେଶ୍ୟରେ ଜଣେ ବାୟୁସେନା ଅଧିକାରୀ ମଧ୍ୟ ବାନାର୍ଜୀଙ୍କ ସହ ଥିଲେ, କାରଣ ଏହା ଏକ ଏୟାରବେସ୍ ଏବଂ ବୋଇଙ୍ଗ ବିମାନକୁ ବାୟୁସେନା ଦ୍ୱାରା ପାଇଲଟ୍ କରାଯାଉଥିଲା।

ଏହା ପରେ ବାନାର୍ଜୀଙ୍କ ଆଶଙ୍କା ସୃଷ୍ଟି ହେଲା ଯେ ସେ ହେଲିକପ୍ଟର ଯାଞ୍ଚ କରି ନାହାନ୍ତି । VVIP ବିମାନ ଯାଞ୍ଚ କରିବା ସମୟରେ ସେ ବାୟୁସେନା ଅଧିକାରୀଙ୍କୁ ତାଙ୍କ ସାଙ୍ଗରେ ଯିବାକୁ କହିଥିଲେ। ସେ ଅଫିସକୁ ଯାଇ ଷ୍ଟେସନ କମାଣ୍ଡରଙ୍କୁ ପଚାରିଥିଲେ । ବାନାର୍ଜୀ କୁହନ୍ତି ଯେ ସେ, ” ସେନାଧ୍ୟକ୍ଷ ଆମକୁ ଆଗକୁ ଯିବାକୁ ଦେଲେ । ତା’ପରେ ବାୟୁସେନା ଅଧିକାରୀଙ୍କ ସହ ମୁଁ କକ୍ପିଟ୍ ରୁ ଲଞ୍ଜକୁ ଯାଇ ବିମାନରେ ପ୍ରବେଶ କଲି। ଏହା ଏକ କ୍ୟାବିନ, ଏକ ପ୍ରେସ୍ ଏରିଆ ଏବଂ ସେଠାରେ ଏକ ବସିବା ପାଇଁ ସ୍ଥାନ ସହିତ ଏକ ବୋଇଙ୍ଗ ଥିଲା । କ୍ୟାବିନରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବଡ଼ ସିଟ୍ ଥିଲା। ତେବେ ଏହାର ଅନୁଭବ ନେବା ପାଇଁ ମୁଁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସିଟ୍ ରେ ବସିଥିଲି। “

Related Posts