ରାମ ମନ୍ଦିର ପାଣ୍ଠି ସଂଗ୍ରହ ଅଭିଯାନରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଘଟଣାରେ ମଧ୍ୟପ୍ରଦେଶ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଚାଲିଥିବା ପାଣ୍ଠି ସଂଗ୍ରହ ଅଭିଯାନରେ ମଧ୍ୟପ୍ରଦେଶର ଉଜୈନ, ଇନ୍ଦୋର ଏବଂ ମାଣ୍ଡସୋରରେ ସାମ୍ପ୍ରଦାୟିକ ହିଂସା ଘଟିଥିଲା। ହିଂସା ରୋକିବାରେ ମଧ୍ୟପ୍ରଦେଶ ସରକାର ଅବହେଳା କରିଥିବା ଅଭିଯୋଗରେ ୬ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ । ହାଇକୋର୍ଟର ପ୍ରଧାନ ବିଚାରପତି ମହମ୍ମଦ ରଫିକ୍ ଏବଂ ଜଷ୍ଟିସ୍ ସୁଜୟ ପାଲ୍ ଙ୍କ ବେଞ୍ଚ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଙ୍କ ଦ୍ୱାରା ଦାୟର ଏକ ପିଟିସନର ଶୁଣାଣି କରିଥିଲେ। ସାମ୍ପ୍ରଦାୟିକ ହିଂସା ଏବଂ ମବ୍ ଲିଞ୍ଚିଂ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିବା ପାଇଁ ଆବେଦନ କରିଥିଲେ। ଅପରପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷ ରଖୁଥିବା ଅତିରିକ୍ତ ଆଡଭୋକେଟ ଜେନେରାଲ ପୁଷ୍ପମିତ୍ର ଭର୍ଗାଭ ଉତ୍ତର ଦେବା ପାଇଁ ୬ ସପ୍ତାହ ସମୟ ମାଗିଥିଲେ । ଦିଗବିଜୟ ସିଂଙ୍କ ତରଫରୁ ଦାଖଲ ହୋଇଥିବା ଆବେଦନରେ ଓକିଲ ରବିନ୍ଦ୍ର ସିଂ ଛାବ୍ରା କହିଛନ୍ତି, “ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଆବେଦନକାରୀ ସମର୍ଥନ କରନ୍ତି। କିନ୍ତୁ ତଥାପି ପାଣ୍ଠି / ଦାନ ସଂଗ୍ରହ ସ୍ୱେଚ୍ଛାକୃତ ହେବା ଆବଶ୍ୟକ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଏଥିପାଇଁ ବାଧ୍ୟ କରିବା କିମ୍ବା କୌଣସି ଧାର୍ମିକ ଉଦ୍ଦେଶ୍ୟ ପାଇଁ ଦାନ ଦେବାକୁ ଧମକ ଦେବା ଉଚିତ୍ ନୁହେଁ। ” ଡିସେମ୍ବର 2020 ରୁ ମଧ୍ୟପ୍ରଦେଶରେ କିଛି ସଂଗଠନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଏକ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ। ପାଣ୍ଠି ସଂଗ୍ରହ ନାମରେ ଏହି ସଂଗଠନଗୁଡିକ “ସାମ୍ପ୍ରଦାୟିକ ହିଂସା” ସୃଷ୍ଟି କରି ରାଜ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି। ଏହି ଆବେଦନରେ ଦର୍ଶାଯାଇଛି ଯେ ଇନ୍ଦୋର, ଉଜୈନ ଏବଂ ମାଣ୍ଡାସରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ନଷ୍ଟ କରିଛି। ଏହି ପାଣ୍ଠି ସଂଗ୍ରହ ଅଭିଯାନରେ ଆୟୋଜକମାନଙ୍କ ଦ୍ବାରା ପୂର୍ବ ନିର୍ଦ୍ଧାରିତ ଢଙ୍ଗରେ” କରାଯାଇଥିବାବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଦାୟିତ୍ବ ଅଧିକାରୀମାନଙ୍କର ଥିଲା। ତେଣୁ ଅଧିକାରୀ ମାନଙ୍କ ଅବହେଳା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା। ଏତଦ୍ ବ୍ୟତୀତ ଆବେଦନକାରୀ ଆହୁରି ମଧ୍ୟ କହିଛନ୍ତି ଯେ କିଛି କିଛି ସ୍ଥାନରେ ହିଂସା ରୋକିବା ପରିବର୍ତ୍ତେ ପୋଲିସ ନୀରବ ଦ୍ରଷ୍ଟା ସାଜି ଘଟଣାକ୍ରମ ଦେଖୁଥିଲା। ଏହି ପିଟିସନରେ ମୁଖ୍ୟ ଶାସନ ସଚିବ, ମୁଖ୍ୟ ସଚିବ (ଗୃହ), ଡିଜିପି, ଉଜୈନର ଏସପି, ଇନ୍ଦୋର ଏବଂ ମାଣ୍ଡସୋର, ଉଜୈନ ଇନ୍ସପେକ୍ଟର ଜେନେରାଲଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଆବେଦନରେ ଦର୍ଶାଯାଇଛି ଯେ ପ୍ରଥମ ଘଟଣା ଡିସେମ୍ବର ୨୫ ରେ ଉଜୈନରେ ଘଟିଥିଲା ​​ଯେତେବେଳେ ରାମ ମନ୍ଦିର ପାଣ୍ଠି ସଂଗ୍ରହ ପାଇଁ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ଏବଂ ଅନ୍ୟାନ୍ୟ ସଂଗଠନ ଅଭିଯାନ ଆରମ୍ଭ କରିଥିଲେ। ଉଜୈନର ଭାରତ ମାତା ମନ୍ଦିରରେ ରାଲି ସମାପ୍ତ ହେବା ପରେ ହିଂସା ଆରମ୍ଭ ହୋଇଥିଲା। ପ୍ରାୟ ୫୦ ରୁ ୬୦ ମୋଟରସାଇକେଲ ରେ ବସିଥିବା ୩ ଜଣ ବ୍ୟକ୍ତି ହାତରେ ଠେଙ୍ଗା , ବାଡ଼ି, ଖଣ୍ଡା, ବର୍ଚ୍ଛା ଏବଂ ପତାକା ଧରି ବେଗାମ ବାଗ ଅଞ୍ଚଳ (ସଂଖ୍ୟାଲଘୁ ପ୍ରାଧାନ୍ୟ ଅଞ୍ଚଳ) ନିକଟରେ ଥିବା ରାସ୍ତାରେ ହଙ୍ଗାମା ଆରମ୍ଭ କରିଥିଲେ। ସଂଖ୍ୟାଲଘୁ ସମ୍ପ୍ରଦାୟକୁ ହିଂସା ପାଇଁ ଉସକେଇବା କୁ ମୋଟରସାଇକେଲରେ ଥିବା ବ୍ୟକ୍ତିମାନେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ପୋଲିସ ଅଧିକାରୀଙ୍କ ସହଯୋଗରେ ପଥର ଫିଙ୍ଗିବା ଆରମ୍ଭ କରିଦେଇଥିଲେ ଫଳରେ ଅନେକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଆହାତ ହୋଇଥିଲେ। ସେହିଭଳି ଇନ୍ଦୋର, ଧର ଏବଂ ମାଣ୍ଡାସରରେ ମଧ୍ୟ ଏହି ଭଳି ଘଟଣା ଘଟିଥଲା। ମାଣ୍ଡସରର ଦୋରାନା ଗ୍ରାମରେ, ହିଂସାକାଣ୍ଡ ଆଶଙ୍କାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ଡିସେମ୍ବର 28 ରେ ମାଣ୍ଡାସରର ପୋଲିସ ଅଧୀକ୍ଷକଙ୍କୁ ଜଣାଇଥିଲେ। ପୋଲିସ ଅବହେଳା ଯୋଗୁଁ ପରଦିନ ଅର୍ଥାତ୍ ଡିସେମ୍ବର ୨୯ ରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ସେହି ଜାଗା ଛାଡ଼ି ଦୌଡ଼ି ଯାଉଥିବାର ଦେଖିବାକୁ ମିଳିଥିଲା । ସେମାନଙ୍କ ଘର ଉପରେ ମାରଣାସ୍ତ୍ର ରେ ଆକ୍ରମଣ ହୋଇଥିଲା । ହିଂସାକାରୀଙ୍କ ସଂଖ୍ୟା ଅଧିକ ଥିବା ଜାଣି ମଧ୍ୟ ପୋଲିସ୍ ତଥା ପ୍ରଶାସନିକ କର୍ମଚାରୀମାନେ ୫୦ ରୁ ୬୦ ଜଣ ଆସିଥିଲେ। ଇନ୍ଦୋରରେ ଡିସେମ୍ବର ୨୯ ତାରିଖରେ ଚନ୍ଦନଖଡେ ଗ୍ରାମରେ ଆୟୋଜିତ ଏକ ରାଲିରେ ହିଂସା ଘଟିଥିଲା। ହିଂସାକାଣ୍ଡ ଘଟାଇଥିବା ଅଧିକାଂଶ ଲୋକ ପୂର୍ବତନ ବିଧାୟକ ମନୋଜ ଚୌଧରୀଙ୍କ ନେତୃତ୍ୱରେ ଖଣ୍ଡା, ବାଡି, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧରି ଆସିଥିଲେ। ପୋଲିସ ଏବଂ ପ୍ରଶାସନିକ କର୍ମଚାରୀଙ୍କ ଉପସ୍ଥିତିରେ ଏହା ଘଟୁଥିଲା କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ସେ ଆବେଦନରେ ଦର୍ଶାଇଛନ୍ତି। ହିଂସାକାଣ୍ଡରେ ସାମିଲ ଥିବା ଲୋକ ମାନେ ଘର, ଗାଡି ଭଙ୍ଗାରୁଜା ସାଙ୍ଗକୁ ଚୋରି କରିଥିବା ସେ ଅଭିଯୋଗ କରିଛନ୍ତି। ଆବେଦନ ଅନୁଯାୟୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଇନ୍ଦୋର, ଉଜୈନ ଏବଂ ମାଣ୍ଡାସରର ଏକ ପ୍ରତିନିଧୀ ଦଳ ଜାନୁୟାରୀ 2021 ର ପ୍ରଥମ ସପ୍ତାହରେ ଦିଗବିଜୟ ସିଂଙ୍କ ନିକଟକୁ ଯାଇଥିଲେ। ପରବର୍ତ୍ତୀ ସମୟରେ ସିଂ ଘଟଣାର ତଦନ୍ତ ଦାବି କରି ମୁଖ୍ୟ ସଚିବ (ଗୃହ) ଙ୍କୁ ଭେଟି ଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହା ପରେ ମୁଖ୍ୟ ସଚିବ ଇକବାଲ ସିଂ, ମୁଖ୍ୟ ସଚିବ (ଗୃହ) ଙ୍କୁ ମଧ୍ୟ ଆବେଦନ କରିଥିବା ଦର୍ଶାଯାଇଛି। ତେହେସେନ୍ ପୁନାୱାଲା ବନାମ ୟୁନିଅନ ଅଫ୍ ଇଣ୍ଡିଆ ମାମଲା (2018), ଅନ୍ୟ ବନାମ ଆଚାର୍ଯ୍ୟ ଜଗଦୀଶ୍ୱରାନ୍ଦା (2004) ମାମଲା, ତାମିଲନାଡୁର ଅରୁମୁଗମ୍ ସର୍ଭାଇ ବନାମ ରାଜ୍ୟ (2011) ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ଏହାର ଶୁଣାଣି ପାଇଁ ଆବେଦନ କରାଯାଇଥିଲା।

Related Posts