
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆରଏସଏସ ମୁଖ୍ୟ ମୋହନ ଭାଗୱତଙ୍କ ପଶ୍ଚିମବଙ୍ଗ ଗସ୍ତକୁ ନେଇ କଟାକ୍ଷ କରିଥିବାର ଦେଖିବାକୁ ମିଳିଛି । ତେବେ ମୋହନ ଭଗୱନ୍ତଙ୍କୁ କଡ଼ା ସୁରକ୍ଷା ସହିତ ଫଳ ଓ ମିଠା ଦେଇ ସ୍ୱାଗତ କରିବାକୁ ରାଜ୍ୟର ପୁଲିସକୁ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ତାଙ୍କ ଚାରି ଦିନ ମଧ୍ୟରେ କୌଣସି ଦଙ୍ଗା ନହେବାକୁ ନିଶ୍ଚିତ କରିବାକୁ କହିଛନ୍ତି। ସେପଟେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଥିବ କେଶିଆରିରୁ ଆରମ୍ଭ ହୋଇଥିବା ଆରଏସଏସର ତାଲିମ ଶିବିରରେ ଭାଗବତ ଉପସ୍ଥିତ ରହିବେ। ଏହି ତାଲିମ ଶିବିର ତିନି ସପ୍ତାହ ପର୍ୟ୍ୟନ୍ତ ଚାଲିବ । ଅନ୍ୟପଟେ ମମତା ବାର୍ନାଜୀ ଏକ ସମୀକ୍ଷା ବୈଠକରେ ତାଙ୍କ ଅଧିକାରୀମାନଙ୍କୁ କହିଛନ୍ତି ଯେ ଆରଏସଏସ ମୁଖ୍ୟଙ୍କ କେଶିଆରିରେ ମେ ୧୭ ରୁ ୨୦ ମେ ପର୍ୟ୍ୟନ୍ତ ରହିବାର ଉଦ୍ଦେଶ୍ୟ କ’ଣ?
ଆପଣ ସେମାନଙ୍କୁ ପ୍ରଶାସନ ତରଫରୁ ମିଠା ଏବଂ ଫଳ ପଠାଇ ପାରିବେ । ଆମ ଅତିଥିମାନଙ୍କ ସହିତ ଆମେ କେତେ ଆନ୍ତରିକତା ସେମାନଙ୍କୁ ବୁଝାଇବାକୁ ପଡ଼ିବ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ପ୍ରଶାସନିକ ବୈଠକ ବେଳେ ବାନାର୍ଜୀ ତାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇଦେବା ଏବଂ କୌଣସି ଦଙ୍ଗା ନହେବା ପାଇଁ କେଶିଆରି ପୋଲିସ ଷ୍ଟେସନର ଇନ୍ସପେକ୍ଟର-ଚାର୍ଜଙ୍କୁ କହିଥିଲେ। ବରିଷ୍ଠ ଆରଏସଏସ କାର୍ୟ୍ୟକର୍ତ୍ତା ଦେବଶିଶ ଚୌଧୁରୀ ଏହା ମଧ୍ୟ କହିଛନ୍ତି ଯେ ଆମ ସାମାଜିକ-ସାଂସ୍କୃତିକ କାର୍ୟ୍ୟକଳାପ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗ୍ରହ ପ୍ରକାଶ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।