ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ କିଏ ଲେଖନ୍ତି ଭାଷଣ ? କେତେ ଖର୍ଚ୍ଚ ହୋଇଥାଏ ? , RTI ରେ ଉତ୍ତର ଦେଲା ପିଏମ୍ଓ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନିର୍ବାଚନୀ ରାଲିରେ ବିରୋଧୀଙ୍କୁ ଧରାଶାୟୀ କରିବା ହେଉ କିମ୍ବା ବିଶ୍ୱ ଦରବାରରେ ଭାରତର ପକ୍ଷ ରଖିବା ତ ପୁଣି କେତେବେଳେ ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା ପୂର୍ବରୁ ଟିପ୍ସ ଦେବା ବେଳେ … ଆମେ ସମସ୍ତେ ଦେଖୁ ପ୍ରାୟତଃ ଅଧିକାଂଶ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିଭିରେ ଭାଷଣ ଦେଉଥିବାର ନଜର ଆସିଥାନ୍ତି । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଭାଷଣ ଶୁଣିବାବେଳେ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠାଥାଏ ଯେ ମୋଦୀ ନିଜେ ଏହି ଭାଷଣ ପ୍ରସ୍ତୁତ କରିଥାନ୍ତି ନା ଅନ୍ୟ କେହି ତାଙ୍କ ପାଇଁ ଭାଷଣ ଲେଖିଥାନ୍ତି। ଏ ସମ୍ପର୍କରେ ଏବେ ଆରଟିଆଇ ଜରିଆରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରଶ୍ନର ଉତ୍ତର ଦିଆଯାଇଛି।


ଇଣ୍ଡିଆ ଟୁଡେ ଦାଖଲ କରିଥିବା ଆରଟିଆଇର ଜବାବରେ ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି ଯେ ପିଏମ ମୋଦୀ ବିଭିନ୍ନ ଉତ୍ସରୁ ଇନପୁଟ ନେଇଥାନ୍ତି , କିନ୍ତୁ ସେ ନିଜେ ଭାଷଣ ପ୍ରସ୍ତୁତ କରନ୍ତି। ତେବେ ଭାଷଣର ରୂପରେଖ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ପ୍ରସ୍ତୁତ କରାଯାଏ। ବିଭିନ୍ନ ବ୍ୟକ୍ତିବିଶେଷ, ଅଧିକାରୀ, ଉକ୍ତ ବିଭାଗ, ସଂଗଠନ ଇତ୍ୟାଦି ପ୍ରଧାନମନ୍ତ୍ରୀଙ୍କ ଭାଷଣ ପାଇଁ ଇନପୁଟ୍ ପ୍ରଦାନ କରନ୍ତି ଏବଂ ଶେଷରେ ପ୍ରଧାନମନ୍ତ୍ରୀ ନିଜେ ପ୍ରସ୍ତୁତ କରନ୍ତି ବୋଲି ଆରଟିଆଇ ଉତ୍ତରରେ କୁହାଯାଇଛି।


ଏହି ଆରଟିଆଇ ଆବେଦନରେ ପିଏମଓଙ୍କୁ ପଚରାଯାଇଥିଲା ଯେ ପିଏମ ମୋଦୀଙ୍କ ପାଇଁ କିଏ ଭାଷଣ ଲେଖନ୍ତି ଏବଂ ବିଭିନ୍ନ ସମୟରେ ପିଏମ ମୋଦୀଙ୍କ ଭାଷଣ ପ୍ରସ୍ତୁତିରେ କେତେ ଜଣ ଲୋକ ଜଡିତ ଅଛନ୍ତି। ଏହା ସହିତ ତାଙ୍କ ପ୍ରଶ୍ନ ଲେଖିବା ପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା। କିନ୍ତୁ ଭାଷଣ ପ୍ରସ୍ତୁତ କରିବା ପ୍ରକ୍ରିୟାରେ କେତେ ଟଙ୍କା ଖର୍ଚ୍ଚ ହେଉଛି ସେ ସମ୍ପର୍କରେ ପିଏମ୍ଓ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।
ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ତାଙ୍କ ଭାଷଣ ପାଇଁ ଚର୍ଚ୍ଚାରେ ରୁହନ୍ତି। ସେ ନର୍ବାଚନୀ ରାଲି ହେଉ କିମ୍ବା ସସଂଦ ଯେ କୌଣସି ସଭା ସମିତି କିମ୍ବା ମଞ୍ଚ ହେଉ ପ୍ରଧାନମନ୍ତ୍ରୀ ସର୍ବଦା ଭାଷଣ ପାଇଁ ଚର୍ଚ୍ଚାରେ ଗତ ସଂସଦ ଅଧିବେଶନରେ ଯେତେବେଳେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ ରାଜ୍ୟସଭାରୁ ବିଦାୟ ନେଇ ଥିଲେ ସେତେବେଳେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କାନ୍ଦୀ ପକାଇଥିଲେ। ସେହିପରି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ ମଧ୍ୟ କାନ୍ଦି ପକାଇଥିଲେ ।

Related Posts