ଯିଏ କଂଗ୍ରେସର ସଭାପତି ହେବ ସେ ଗାନ୍ଧୀ ପରିବାରର ହାତରେ କାଠକଣ୍ଢେଇ ସାଜିବେ: ସୁଶୀଲ ମୋଦି

ନୂଆଦିଲ୍ଲୀ : କଂଗ୍ରେସ୍ ର ଅଧକ୍ଷ ପଦ ନିର୍ବାଚନ କୁ ନେଇ ଜାରୀ ରହିଛି ରାଜନୈତିକ ଉଷ୍ମତା । ବିରୋଧି କଂଗ୍ରେସକୁ ଟାର୍ଗେଟ କରି ଆସୁଥିବା ବେଳେ, ମଲ୍ଲିକାର୍ଜୁନ ଖାର୍ଗ କଂଗ୍ରେସ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ପରେ ରାଜନୈତିକ ଉଷ୍ଣତା ଆହୁରି ବୃଦ୍ଧି ପାଇବାରେ ଲାଗିଛି।

ଭାରତୀୟ ଜନତା ଦଳର ଅନେକ ନେତା ଏହି ର୍ନିବାଚନକୁ ସ୍କ୍ରିପ୍ଟେଡ ବୋଲି କହୁଥିବାବେଳେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁଶୀଲ ମୋଦି ମଧ୍ୟ ଗାନ୍ଧୀ ପରିବାରକୁ ଘେରିବା ଆରମ୍ଭ କରିଛନ୍ତି।

ଏକ ସାକ୍ଷାତକାରରେ ସୁଶୀଲ ମୋଦି କହିଛନ୍ତି ଯେ ଯିଏ କଂଗ୍ରେସର ସଭାପତି ହେବ ସେ ଗାନ୍ଧୀ ପରିବାରର ହାତରେ କାଠକଣ୍ଢେଇ ସାଜିବେ। ଏହି କଣ୍ଢେଇର ରିମୋଟ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ପାଖରେ ରହିବ। ସମସ୍ତ ନିଷ୍ପତ୍ତି କେବଳ ଅଧ୍ୟକ୍ଷଙ୍କ ନାମରେ ଗାନ୍ଧୀ ପରିବାର ଗ୍ରହଣ କରିବେ। ଅଧ୍ୟକ୍ଷ ପଦବୀ ନାମକୁ ମାତ୍ର ରହିବ ବୋଲି ସେ କହିଛନ୍ତି।

Related Posts