କେଉଁ କାରଣ ରୁ ୧୯୯୫ ରୁ ୨୦୧୮ ମଧ୍ୟରେ ୪ ଲକ୍ଷ ଚାଷୀ ଆତ୍ମହତ୍ୟା କରିଛନ୍ତି ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ‘ ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ ‘ – ଏହି ଉକ୍ତି ଟିକୁ ଅନେକ ସଭା ସମିତି ଏବଂ ବଡ ବଡ ନେତା ସେମାନଙ୍କର ଅଭିଭାଷଣରେ ଉଲ୍ଲେଖ କରିଥାନ୍ତି। ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିଲେ ମଧ୍ୟ ଏଠାରେ ଚାଷୀ କିନ୍ତୁ ସବୁଠାରୁ ଅଧିକ ନିରାଶ। ଚାଷ କରି ଫସଲ ଅମଳ କରୁଥିବା ଚାଷୀର ଆର୍ଥିକ ସ୍ଥିତି ବହୁତ୍ ଦୁର୍ବଳ। କେତେବେଳେ ମରୁଡି ଆସି ଫସଲ ଉଜୁଡି ଯାଏ ତ ପୁଣି କେବେ ପ୍ରାକୃତିକ ବିପର୍ଯ୍ୟୟ। ଆଉ ଋଣ ଆଣି ଚାଷ କରୁଥିବା ଚାଷୀ ଟିଏ ଋଣ ପରିଶୋଧ ନକରି ପାରି ଆତ୍ମହତ୍ୟା କରିଥାଏ। ଗତ ୧୯୯୫ ରୁ ୨୦୧୮ ମଧ୍ୟରେ ୪ ଲକ୍ଷ ଚାଷୀ ଆତ୍ମହତ୍ୟା କରିଛନ୍ତି।

ଆତ୍ମହତ୍ୟାର କାରଣ ? 

ଯଦି ଭାରତରେ ଦୁର୍ଘଟଣାଜନିତ ମୃତ୍ୟୁ ଏବଂ ଆତ୍ମହତ୍ୟା ଉପରେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ର ବାର୍ଷିକ ରିପୋର୍ଟରୁ ତଥ୍ୟ ସଂଗ୍ରହ କରିଥାଉ ତେବେ ପ୍ରଶ୍ନ ଉଠେ ଯେ କୃଷକ ଟିଏ କାହିଁକି ଆତ୍ମହତ୍ୟା କରେ ? ସେମାନଙ୍କ ସହିତ କ’ଣ ଘଟିଥିଲା ?   କ୍ଷୁଧା, ଋଣ, ହଠାତ୍ ଏବଂ ପ୍ରାକୃତିକ ବିପର୍ଯ୍ୟୟ , ଫସଲର ଉଚିତ୍ ମୂଲ୍ୟ ନମିଳିବା , ଦାରିଦ୍ର୍ୟ, ଗଠନମୂଳକ ଅସମାନତା ଏ ସବୁ ସମସ୍ୟା ଯୋଗୁଁ କଣ କୃଷକଟିଏ ଆତ୍ମହତ୍ୟା କରିଥାଏ ?     

୧୯୯୦ ଦଶକର ମଧ୍ୟଭାଗରେ, ଏକ ଉଦାରବାଦୀ ଅର୍ଥବ୍ୟବସ୍ଥା ଅନେକ କୃଷକଙ୍କୁ ବିଚଳିତ କରିଥିଲା, ଯାହା ଦ୍ବାରା ୨୦୦୦ ମସିହା ଆରମ୍ଭରେ ଚାଷୀ ମାନେ ଆତ୍ମହତ୍ୟା କରିବା ଆରମ୍ଭ କରିଥିଲେ। ଜନସଂଖ୍ୟା ଘୁ ଘୁ ହୋଇ ବଢିବା ଆରମ୍ଭ କରିଥିଲା । ଏହା ଫଳରେ ସମାଜରେ ଆର୍ଥିକ ଅସମାନତା ସୃଷ୍ଟି ହୋଇଥିଲା , ଯାହା କୃଷକମାନଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି କରିଥିଲା ସେମାନେ କିଛି କିଛି ହରାଇବା ଆରମ୍ଭ କରିଛନ୍ତି। ଦ୍ରୁତ ପରିବର୍ତ୍ତନଶୀଳ ଅର୍ଥନୈତିକ ସ୍ଥିତି ମଧ୍ୟ ଦୀର୍ଘସ୍ଥାୟୀ ସାମାଜିକ ସମୀକରଣକୁ ପରିବର୍ତ୍ତନ କରୁଥିଲା। ଗ୍ରାମୀଣ ଅର୍ଥନୀତିର ସମ୍ମାନିତ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ଚାଷ ଜମି ସେମାନଙ୍କର ବଢୁଥିବା ଆବଶ୍ୟକତାକୁ ପୂରଣ କରିବାରେ ଅସମର୍ଥ ହୋଇଥିଲା। ଆଉ ଠିକ୍ ଏହି ସଯୟରେ ଅସଂଗଠିତ ସେବା କ୍ଷେତ୍ରରେ ଏକ ମଜବୁତ୍ ଅର୍ଥନୀତି ସୃଷ୍ଟି ହୋଇଥିଲା। ଉନ୍ନତ ବେତନ ପାଇଁ ଲୋକେ ଗାଁ ଛାଡ଼ି ସହର ମୁହାଁ ହୋଇଥିଲେ। 

ଉଦାହରଣ ସ୍ୱରୂପ ବିଦର୍ଭରେ ଗ୍ରାମୀଣ କୃଷକମାନଙ୍କ ମଧ୍ୟରେ ଧାରଣା ଥିଲା ଯେ ସେମାନଙ୍କର ଲାଭ ଅପେକ୍ଷା ଅଧିକ କ୍ଷତି କରୁଛି। କପା ଚାଷୀମାନେ ଚାଷ କରିବା ପାଇଁ ଆବଶ୍ୟକୀୟ ଖର୍ଚ୍ଚ, ସାର ଏବଂ କୀଟନାଶକ ଔଷଧର ମୂଲ୍ୟ ବୃଦ୍ଧି ଆଉ ଏକ କାରଣ ଥିଲା। ସାଧାରଣ ଜୀବନରେ ସ୍ୱାସ୍ଥ୍ୟ, ଶିକ୍ଷା, ଇତ୍ୟାଦି ସେବାର ବୃଦ୍ଧି ପାଇଲା, ଚାଷିଙ୍କ ବୃଦ୍ଧି ପାଇବା ପରିବର୍ତ୍ତେ ଆୟ ସ୍ଥିର ହୋଇଗଲା ।

 ସରକାରୀ ସବସିଡି ପ୍ରତ୍ୟାହାର କରାଯାଇଥିଲା।  ହ୍ରାସ ପାଉଥିବା ଆୟ ଏବଂ ମୌଳିକ ଆବଶ୍ୟକତାର ମୂଲ୍ୟ ବୃଦ୍ଧି, ସମେନଙ୍କୁ ଆହୁରି ଦୁର୍ବଳ କରି ଦେଇଥିଲା। ଗାଁ ମାନଙ୍କରେ ଥିବା ଧନୀମାନଙ୍କ ସପକ୍ଷରେ ରାଜ୍ୟ ତଥା କେନ୍ଦ୍ର ସରକାର ପକ୍ଷପାତିତା କରିଥିଲେ ଏବଂ ଗ୍ରାମରେ ରହିବା କଷ୍ଟସାଧ୍ୟ ହୋଇପଡିଥିଲା।

 ଏହାର ପ୍ରତିବାଦରେ, ସେମାନେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିରୋଧ ପ୍ରଦର୍ଶନ କରିଥିଲେ। ଉଦାହରଣ ସ୍ୱରୂପ, କେନ୍ଦ୍ର ସରକାର ତିନୋଟି ବିବାଦୀୟ କୃଷି ଆଇନ ଆଣି ନରେନ୍ଦ୍ର ମୋଦୀ ସରକାର ଚାଷ କ୍ଷେତ୍ରରେ ସଂସ୍କାର ଆଣିବେ ବୋଲି କହିଥିଲେ। ତେବେ ଏହି ବିବାଦୀୟ ଆଇନକୁ ବିରୋଧ କରି ପଞ୍ଜାବ, ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର ଅସନ୍ତୁଷ୍ଟ କୃଷକ ମାନେ ରାଜଧାନୀ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି। 

 ସେମାନେ ସନ୍ଦେହ ହେଉଛି ଯେ ନୂତନ ଆଇନ ପୁରୁଣା ସେମାନଙ୍କୁ ସର୍ବନିମ୍ନ ସମର୍ଥନ ମୂଲ୍ୟ ବା ଏମ୍ଏସପିରୁ ବଞ୍ଚିତ କରିବ। ଏବଂ କିଛି କମ୍ପାନୀ ଏହାର ଲାଭ ଉଠାଇବେ। ସେମାନଙ୍କ ଆଶଙ୍କା ହେଉଛି ସେମାନଙ୍କର ଜମିକୁ ପ୍ରାଇଭେଟ୍ କମ୍ପାନୀ ଅକ୍ତିଆର କରି ନେବେ। ସେପ୍ଟେମ୍ବର ୨୦୨୦ ରେ ସଂସଦରେ ଯେଉଁଭଳି ଭାବରେ ଆଇନ ପ୍ରଣୟନ କରାଯାଇଥିଲା – ବିନା ବିତର୍କରେ ଏବଂ ଅନେକ ରାଜନୈତିକ ଦଳର ବିରୋଧ ସତ୍ତ୍ୱେ ଏହା ମଧ୍ୟ ସମାଲୋଚନା ଏବଂ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।

Related Posts