ବନ୍ୟା ପୀଡ଼ିତଙ୍କୁ ଯାଇ ସାହାଯ୍ୟ କଲେ ମୁଁ ମୁଖ୍ୟମନ୍ତ୍ରୀ ହୋଇପାରିବି କି? ସିନେ୍ଦଙ୍କୁ ଏପରି ପ୍ରଶ୍ନ ପଚାରି ଭାଇରାଲ ହେବାରେ ଲାଗିଛନ୍ତି ଏହି କୁନି ଝିଅ..

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ଦିନ ଠାରୁ ଏକନାଥ ସିନେ୍ଦ ଚର୍ଚ୍ଚାରେ ରହି ଆସୁଛନ୍ତି । ଏହା ମଧ୍ୟରେ ସବୁବେଳେ ସାମ୍ବାଦିକ ଏବଂ ବିପକ୍ଷ ନେତାଙ୍କୁ ଜବାବ ଦେଉଥିବା ସିନ୍ଦେ କୁନି ଝିଅ ଆଗରେ ପ୍ରଶ୍ନର ଉତ୍ତର ରଖିବା ପୂର୍ବରୁ କିଛି ସମୟ ଅଟକି ଯାଇଥିଲେ ବୋଲି ଜଣାପଡ଼ିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଈରାଲ ହେବାରେ ଲାଗିଛି । ତେବେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଏକ କୁନି ଝିଅଟି ସିନ୍ଦେଙ୍କ ବାସଭବନକୁ ଯାଇ ତାଙ୍କୁ ଗୌହାଟୀ ବିଷୟରେ ପ୍ରଶ୍ନ କରୁଛନ୍ତି। କୁନି ଝିଅଟି ପଚାରୁଛି ଯେ ଯଦି ମୁଁ ବନ୍ୟା ପ୍ରପୀଡିତଙ୍କୁ ପାଣି ଭିତରକୁ ଯାଇ ସାହାଯ୍ୟ କରେ, ତେବେ ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରିବି କି?

କୁନି ଝିଅଟି ଏହି ପ୍ରଶ୍ନ ପଚାରିବା ପରେ ସେଠାରେ ଉପସ୍ଥିତ ସମସ୍ତେ ପ୍ରଥମେ ହସିବାକୁ ଲାଗିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଝିଅର କାନ୍ଧରେ ହାତ ରଖି କହିଥିଲେ, ‘ଏଭଳି ହେବ, ନିଶ୍ଚିତ ହେବ’। କେବଳ ଏତିକି ନୁହେଁ, ରତ୍ନଗିରିରେ ରହୁଥିବା କୁନି ଝିଅଟି ସିନ୍ଦେଙ୍କୁ କହିଥିଲେ ଯେ ପୂର୍ବରୁ ମୁଁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପସନ୍ଦ କରୁଥିଲି, କିନ୍ତୁ ବର୍ତ୍ତମାନ ଆପଣଙ୍କୁ ମଧ୍ୟ ଦେଖିବାକୁ ଭଲ ଲାଗୁଛି। ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Related Posts