ନୂତନ ରାଜନୈତିକ ଦଳ ଗଠନ କଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍ ଶର୍ମିଲା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ରାଜାସେଖରା ରେଡ୍ଡୀଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍ ଶର୍ମିଲା ଗୁରୁବାର ଦିନ ତେଲେଙ୍ଗାନା ପାର୍ଟି ନାମରେ ଏକ ରାଜନୈତିକ ଦଳର ଶୁଭାରମ୍ଭ କରିଛନ୍ତି । ୱାଇଏସ୍ ଶର୍ମିଲା ତାଙ୍କ ପିତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍ ରାଜାସେଖରା ରେଡ୍ଡୀଙ୍କ ଜନ୍ମ ବାର୍ଷିକୀ ଅବସରରେ ହାଇଦ୍ରାବାଦରେ ଏହି ନୂତନ ପାର୍ଟିର ଶୁଭାରମ୍ଭ କରିଛନ୍ତି। ଶର୍ମିଲା କହିଛନ୍ତି ଯେ ସେ ତାଙ୍କ ପିତାଙ୍କ ଦ୍ୱାରା ଦିଆଯାଇଥିବା କଲ୍ୟାଣମୂଳକ ପ୍ରତିଶ୍ରୁତି ଆଗକୁ ପୂରଣ କରିବେ । ତେଲେଙ୍ଗାନାର ଜନତାଙ୍କ ସମସ୍ୟା ବୁଝିବା ପାଇଁ ସେ ୧୦୦ ଦିନିଆ ଏକ ପଦଯାତ୍ରା କରିବେ ବୋଲି କହିଛନ୍ତି। ତେଲେଙ୍ଗାନା ଲୋକଙ୍କ କଲ୍ୟାଣ ତଥା ବିକାଶ ପାଇଁ ସେ ଲଢିବେ ଏବଂ ତାଙ୍କ ଦଳର ମୁଖ୍ୟ ଏଜେଣ୍ଡା ଲୋକଙ୍କ ବିକାଶ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ଶର୍ମିଲା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ନିଜ ଗୋଡରେ ନେଜେ ଠିଆ ହେବାର ଅର୍ଥ ଏହା ନୁହେଁ ଯେ କୋଭିଡ -19 ଚିକିତ୍ସା, ରେସନ କାର୍ଡ ଏବଂ ଅନ୍ୟାନ୍ୟ ଜିନିଷ ପାଇଁ ଧାଡିରେ ଠିଆ ହେବା। ” ସେ ଆହୁରି ମଧ୍ୟ କହିଛନ୍ତି ଯେ ତେଲେଙ୍ଗାନାର ପ୍ରତ୍ୟେକ ପରିବାର ଉପରେ ଋଣ ବୋଝ ରହିଛି ଏବଂ ରାଜ୍ୟ ୪ ଲକ୍ଷ କୋଟି ଟଙ୍କାର ଋଣ ଜାଲରେ ଅଛି।” ଏହା ସହ ତେଲେଙ୍ଗାନା ରାଷ୍ଟ୍ରିୟ ସମିତିରେ ମହିଳାଙ୍କ କମ୍ ପ୍ରତିନିଧିତ୍ୱକୁ ନେଇ ସେ କେସିଆରଙ୍କୁ ଟାର୍ଗେଟ କରିଛନ୍ତି। ଏହି ଅବସରରେ ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କ ଦଳ କ୍ଷମତାକୁ ଫେରିଲେ ବିଧାନସଭାରେ ମହିଳାମାନଙ୍କ ପାଇଁ ୫୦% ସିଟ୍ ସଂରକ୍ଷଣ କରିବ ଏବଂ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସଂରକ୍ଷଣ ଯୋଗାଇବା ପାଇଁ ମଧ୍ୟ କାର୍ଯ୍ୟ କରିବ।
ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ମଧ୍ୟରେ ଥିବା ନଦୀ ଜଳ ବିବାଦକୁ ନେଇ ସେ କହିଛନ୍ତି ଯେ ଉଭୟ ମୁଖ୍ୟମନ୍ତ୍ରୀ ଏକାଠି ବସି କୃଷ୍ଣ ଜଳ ସମସ୍ୟାର ସମାଧାନ କରିବା ପାଇଁ ସେ ଆହ୍ବାନ କରିଛନ୍ତି। ଶର୍ମିଲା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ ତେଲେଙ୍ଗାନାର ବୁନ୍ଦାଏ ପାଣି ଅନ୍ଧ୍ରକୁ ଛାଡିବ ନାହିଁ। ନୂତନ ରାଜନୈତିକ ଦଳ ଗଠନ କରିବା ସମୟରେ ତାଙ୍କ ମା ବିଜୟଲକ୍ଷ୍ମୀ ଝିଅ ଶର୍ମିଲାଙ୍କ ସପକ୍ଷରେ ଛିଡ଼ା ହୋଇଥିଲେ । ସୂଚନାଯୋଗ୍ୟ ଯେ ୨୦୦୯ ମସିହାରେ ହେଲିକ୍ୟାପ୍ଟର ଦୁର୍ଘଟଣାରେ ମୃତ୍ୟୁ ପର୍ଯ୍ୟନ୍ତ ରାଜାଶେଖର ରେଡ୍ଡୀ ଜଣେ ଲୋକପ୍ରିୟ କଂଗ୍ରେସ ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ପରେ ପୁଅ ଜଗନ ମୋହନ ରେଡ୍ଡୀ ନୂତନ ରାଜନୈତିକ ଦଳ ଗଠନ କରିଥିଲେ। ବର୍ତ୍ତମାନ ତାଙ୍କ ଝିଅ ତେଲେଙ୍ଗାନାରେ ଏକ ରାଜନୈତିକ ସ୍ଥାନ ପାଇବାକୁ ଚେଷ୍ଟା କରୁଛନ୍ତି ।

Related Posts