ଆସନ୍ତାକାଲି ରାଜ୍ୟର କୋଭିଡ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଗତ ଦୁଇ ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । କିଛି ମାତ୍ରାରେ ରାଜ୍ୟ ବାସୀଙ୍କୁ ଆଶ୍ୱସ୍ତି ମିଳିଛି କିନ୍ତୁ ଭୟ ଯାଇ ନାହିଁ । ତେବେ ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ରାଜ୍ୟର କୋଭିଡ଼ ସ୍ଥିତିର ସମୀକ୍ଷା କରିବେ । ସାମ୍ପ୍ରତିକ ରାଜ୍ୟର କୋଭିଡ଼ର ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନରେ ଭିସି ଜରିଆରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ କୋଭିଡ଼ର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।

ଦିନକରେ ୭୨୯୧ ପଜିଟିଭ ଚିହ୍ନଟରାଜ୍ୟରେ ଜାରି ରହିଛି ତୃତୀୟ ଲହର । ଏହାସହ ଗୋଷ୍ଠୀ ସଂକ୍ରମଣ ରାଜ୍ୟରେ ଆରମ୍ଭ ହୋଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି । ବିଭିନ୍ନ ଦେଶରେ ନୂଆ କୋଭିଡ଼ ଭାରିଏଣ୍ଟ ଚିହ୍ନଟ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି କୋଭିଡ଼ ସମୀକ୍ଷା ବହୁ ଗୁରୁତ୍ବ ରଖୁଛି । ରାଜ୍ୟରେ ସଂକ୍ରମଣ ହାର କମିଥିଲେ ବି ଚିନ୍ତା ଯାଇନାହିଁ । ଏହା ସହ ଆସନ୍ତା 2 ଦିନ ମଧ୍ୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଯିବ । ତେଣୁ ସଂକ୍ରମଣ ପୁନର୍ବାର ବଢିବାର ସମ୍ଭାବନା ରହିଛି ।

ବୈଠକରେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା, ଉନ୍ନୟନ କମିଶନର ପି.କେ. ଜେନା ପ୍ରମୁଖ ଉପସ୍ଥିତ ରହିବେ । ଏହା ସହ ପୋଲିସ ଡିଜି, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ସାମିଲ ହେବେ । ଜିଲ୍ଲାପାଳ ଓ SP ମାନେ ମଧ୍ୟ ବୈଠକରେ ଯୋଗ ଦେବେ ।

Related Posts