ପ୍ରେମ ସପ୍ତାହର ଆଜି ପଞ୍ଚମ ଦିନ: ପ୍ରେମୀ ଯୁଗଳ ପରସ୍ପରକୁ ସମ୍ପର୍କର ସ୍ଥାୟିତ୍ୱ ଲାଗି ଦେଇଥାନ୍ତି ପ୍ରତିଶୃତି

ଭାଲେଣ୍ଟାଇନ୍ ସପ୍ତାହର ଆଜି ପଞ୍ଚମ ଦିବସ | ଆଜିର ଦିନକୁ ପ୍ରମିଜ-ଡେ ଭାବରେ ପାଳନ କରିଥାନ୍ତି ପ୍ରେମୀଯୁଗଳ । ସମ୍ପର୍କର ସ୍ଥାୟିତ୍ୱ ଲାଗି ପରସ୍ପରକୁ ପ୍ରତିଶୃତି ଦେଇଥାନ୍ତି ପ୍ରେମୀ ଯୁଗଳ | ଏହି ଦିନରେ ଉଭୟ ପରସ୍ପରକୁ ପ୍ରତିଶୃତି ଦେଇ ଜୀବନ ସାରା ବାଟ ଚାଲିବାକୁ ଶପଥ ନେଇଥାନ୍ତି |

ସମ୍ପର୍କକୁ ମଜବୁତ କରିବା ଏବଂ ପରସ୍ପର ପ୍ରତି ଥିବା ଆବେଗକୁ ପ୍ରକାଶ କରିଥାନ୍ତି | ଏହି ପ୍ରେମ ସପ୍ତାହରେ ହିଁ ନିଜ ମନ କଥା ସାଥୀଙ୍କୁ କହିବା ପାଇଁ ଉପଯୁକ୍ତ ହୋଇଥାଏ । ତେବେ କେହି କେହି ଗୋଲାପ ଦେଇ ହେଉ ବା ଚକୋଲେଟ, ଟେଡ୍ଡି ଦେଇ ହେଉ ନିଜ ମନ କଥା କହିଥାନ୍ତି । ଆଉ କେହି କେହି ଭାଲେଣ୍ଟାଇନ୍ସ ସପ୍ତାହର ପଞ୍ଚମ ଦିନ ଅର୍ଥାତ୍‌ ପ୍ରମିଜ ଡେରେ ସାଥୀଙ୍କୁ କିଛି ପ୍ରତିଶୃତି ଦେଇ ଭଲ ପାଇବା ଜାହିର କରିଥାନ୍ତି । ପରୋକ୍ଷରେ ହେଉ ଅବା ପ୍ରତ୍ୟକ୍ଷରେ ପ୍ରେମକୁ ସୁଦୃଢ କରିବାକୁ ଆଉ ଏକ ଚେଷ୍ଟା କରିଥାନ୍ତି ପ୍ରେମୀ । କେବଳ ପ୍ରେମିକ ପ୍ରେମିକା ନୁହନ୍ତି ସ୍ୱାମୀ- ସ୍ତ୍ରୀ, ସାଙ୍ଗସାଥୀ ସମସ୍ତେ ସଂପର୍କକୁ ଜୀବନ ତମାମ ଦୃଢ଼ ରଖିବା ପାଇଁ ଶପଥ ନିଅନ୍ତି । ଜୀବନରେ ଅନେକ ଉତଥାନ-ପତନ ଆସିଥାଏ । ଏପରି ପରିସ୍ଥିତିରେ ପ୍ରେମରେ ନିଆଯାଇଥିବା ଏହି ପ୍ରତିଜ୍ଞା କେବଳ ସମ୍ପର୍କକୁ ମଜଭୁତ କରେ ନାହିଁ ବରଂ ଏହା ପ୍ରେମରେ ଭଲରେ ରହିବାକୁ ପ୍ରେରିତ କରିଥାଏ । ପ୍ରମିଜ୍ ଡେ ଦିଆଯାଇଥିବା ଏହି ପ୍ରତିଜ୍ଞାଗୁଡ଼ିକ ବିଶ୍ୱାସକୁ ମଜବୁତ କରେ ଓ ସମ୍ପର୍କର ବନ୍ଧନକୁ ଦୃଢ଼ କରେ ।

Related Posts