ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏଏନ-୩୨ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆସାମର ଜୋରହାଟ ଏୟାରବେସରେ ଲ୍ୟାଣ୍ଡିବେଳେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଜୋରହାଟ୍ ଏୟାରବେସ୍ ଭିତରେ ଅବତରଣ କରିବା ପରେ ବିମାନଟିରେ ନିଆଁ ଲାଗିଯାଇଥିଲା । ଏୟାରବେସରେ ଥିବା ଅଗ୍ନିଶମ ବାହିନୀ ଏବଂ ଜରୁରୀକାଳୀନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବିମାନଟି ଏୟାରବେସରେ ସୁରକ୍ଷିତ ଲାଣ୍ଡିଂ କରିଥିଲା । କିନ୍ତୁ ପରେ ସେଥିରୁ ନିଆଁ ଉଠିଥିଲା । ବିମାନଟି ଖଣ୍ଡ ଖଣ୍ଡ ହୋଇ ଯାଇଥିବା ଜଣାପଡ଼ିଛି ।