ସମ୍ବଲପୁର(ସତ୍ୟପାଠବ୍ୟୁରୋ): ବାରହାକୁ ମାରିବା ପାଇଁ ଆମ୍ବ ଭିତରେ ଖଞ୍ଜା ଯାଇଥିଲା ବିସ୍ଫୋରକ କିନ୍ତୁ ବାରହା ବଦଳରେ ସେହି ବିସ୍ଫୋରକ ଭର୍ତ୍ତି ଆମ୍ବକୁ ଖାଇଦେଲା ଗାଈ । ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହୋଇଛି। ଏଭଳି ଅମାନବୀୟ ଓ ବେଆଇନ କାର୍ଯ୍ୟକୁ ନେଇ ଏବେ ସବୁଠି ଉଦବେଗ ପ୍ରକାଶ ପାଇଛି । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାର ଠେମରା ଅଞ୍ଚଳରେ । ସୂଚନା ଅନୁଯାୟୀ, ଜଙ୍ଗଲୀ ବାରହା ଶିକାର କରିବା ଉଦ୍ଦେଶ୍ୟରେ କିଛି ଦୁର୍ବୃତ୍ତ ଆମ୍ବ ଭିତରେ ଶକ୍ତିଶାଳୀ ବିସ୍ଫୋରକ ଖଞ୍ଜି ଜଙ୍ଗଲ ନିକଟରେ ରଖିଥିଲେ । ସାଧାରଣତଃ ବାରହା ଫଳ ଖାଇବାକୁ ଆସୁଥିବାରୁ ଏହି କୌଶଳ କରାଯାଇଥିବା ଅନୁମାନ କରାଯାଉଛି କିନ୍ତୁ ଭାଗ୍ୟର ବିଡ଼ମ୍ବନା, ସେହି ଆମ୍ବଟି ଏକ ଗାଈ ଖାଇଦେବା ପରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ଗାଈଟି ଛଟପଟ ହୋଇଥିବାବେଳେ ଅବସ୍ଥା ଗୁରୁତର ରହିଛି।
