ଶହ ଶହ ବିଦେଶାଗତ ପକ୍ଷୀଙ୍କୁ ବିଷ ଦେଇ ମାରିଥିବା ଅଭିଯୋଗ

ଖୋର୍ଦ୍ଧା ଓ ଚିଲିକା ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ | ଶହ ଶହ ବିଦେଶୀ ପକ୍ଷୀଙ୍କୁ ବିଷ ଦେଇ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି | ଖୋର୍ଦ୍ଧାର ଟାଙ୍ଗି ରେଞ୍ଜ ରତାମାଟି ଗାଁ ପାଖ ଏକ ବିଲରେ ଶହ ଶହ ବିଦେଶାଗତ ପକ୍ଷୀ ମରି ପଡ଼ିଥିବା ଦେଖିବାକୁ ମିଳିଛି।

ଗୋଟିଏ ବିଲରେ ଏତେ ମାତ୍ରାରେ ବିଦେଶୀ ପକ୍ଷୀ ମରି ପଡ଼ିବାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ଦେଖାଦେଇଛି। ବନ ବିଭାଗର ତଦନ୍ତ ପରେ ଏତେ ମାତ୍ରାର ପକ୍ଷୀ ମରି ପଡ଼ିବାର କାରଣ ଜଣାପଡ଼ିବ। ତେବେ ବିଲରେ ବିଷ ପକାଇ ପକ୍ଷୀଙ୍କୁ ଶିକାର କରାଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ଟାଙ୍ଗି ରେଞ୍ଜରଙ୍କ ସୂଚନା ଅନୁସାରେ, ଜାତୀୟ ରାଜପଥ କଡ଼ରେ ଥିବା ଢାବାରେ ପକ୍ଷୀ ମାଂସ ରୋଷେଇ କରାଯାଇ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଗତକାଲି ଏନେଇ ବନ ବିଭାଗ ପକ୍ଷରୁ ବିଭିନ୍ନ ଢ଼ାବାରେ ଚଢ଼ାଉ କରାଯାଇଥିଲେ ମଧ୍ୟ ସେପରି କିଛି ପ୍ରମାଣ ମିଳିନଥିଲା। ତେବେ କେହି ମୃତ ପକ୍ଷୀଙ୍କୁ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି।

Related Posts