ଭୁବନେଶ୍ବର: ଶୁକ୍ରବାର ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଘଟିଛି। ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦାମ୍‌ ୩୩୫୦ ଟଙ୍କା ହ୍ରାସ ପାଇ ୧,୩୩,୭୦୦ ଟଙ୍କା ଥିଲା। ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ଦର ୩,୬୫୦ ଟଙ୍କା ହ୍ରାସ ପାଇ ୧,୪୫,୮୬୦ ଟଙ୍କା ହୋଇଛି। ରୁପା କେଜି ମଧ୍ୟ ୧୫ ହଜାର ଟଙ୍କା କମ୍‌ ହୋଇ ୨,୫୫,୦୦୦ ଟଙ୍କା ହୋଇଯାଇଛି। ଆଗାମୀ ଦିନରେ ଦରରେ ସ୍ଥିରତା ଫେରିବ ବୋଲି ବିଶେଷଜ୍ଞମା‌ନେ ଆଶା କରୁଛନ୍ତି। ଚଳିତ ମାସ ୧୬ ତାରିଖଠାରୁ ସୁନା ଓ ରୁପାଦରରେ ଯେଉଁ ହ୍ରାସର ଧାରା ଆରମ୍ଭ ହୋଇଥିଲା ତାହା ବଜାୟ ରହିଛି। ଗତ ଚାରି ଦିନରେ ୨୨ କ୍ୟାରେଟ୍‌ ସୁନା ୫୨୦୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନା ୫୬୭୦ ଟଙ୍କା ହ୍ରାସ ପାଇଛି। ଶେଷ ଥର ପାଇଁ ଚଳିତ ମାସ ୧୫ରେ ଏହି ଦୁଇ ଧାତବ ପଦାର୍ଥ ମୂଲ୍ୟ ବଢ଼ିଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ସୁନା ଓ ରୁପା ଦରରେ ଯେଉଁଭଳି ବୃଦ୍ଧି ଓ ଅସ୍ଥିରତା ରହିଥିଲା ସେହି ସମୟ ପ୍ରାୟ ଶେଷ ହୋଇଯାଇଛି। ଆଗାମୀ ଦିନରେ ଦରରେ ସ୍ଥିରତା ଫେରିବ ବୋଲି ବିଶେଷଜ୍ଞମା‌ନେ ଆଶା କରୁଛନ୍ତି।