ସମାଜବାଦୀ ପାର୍ଟିର ମିଶ୍ରଣ ପର୍ବ ସଭାରେ କୋଭିଡ୍ ନିୟମ ଭଙ୍ଗ ଅଭିଯୋଗରେ ୨୫୦୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଯେତିକି ନିର୍ବାଚନ ପାଖେଇ ଆସୁଛି ସେତିକି ନୂଆ ନୂଆ ରାଜନୈତିକ ଆକ୍ସନ ଦେଖିବାକୁ ମିଳୁଛି । କାହିଁକିନା ପୁଲିସ ୧୪ ଜାନୁଆରୀ କୋଭିଡ ନିୟମ ଉଲ୍ଲଂଘନ କରି ପାର୍ଟି କାର୍ଯ୍ୟାଳୟରେ ଏକାଠି ହେବା ପାଇଁ ପ୍ରାୟ ୨୫ ଶହ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏ ଘଟଣା ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ସେପଟେ ନିଜର କର୍ମକର୍ତ୍ତାକୁ ଅଫିସ ଆସିଲାବେଳେ କୋଭିଡ ପ୍ରେଟୋକଲ ଏବଂ ଇସି ନିର୍ଦ୍ଦେଶାବଳୀ ପାଳନ କରିବାକୁ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ନିବେଦନ କରିଛନ୍ତି ।

ଅନ୍ୟପଟେ ପୂର୍ବତନ ୟୁପି ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂ ପାର୍ଟି କର୍ମୀ, ନେତା ଏବଂ ଅନ୍ୟମାନେ ଏସପି କାର‌୍ୟ୍ୟାଳୟ ବାହାରେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। କୋଭିଡ-୧୯ ସମ୍ବନ୍ଧୀୟ ଆଦର୍ଶ ଉପରେ ନିର୍ବାଚନ ଆୟୋଗ (ଇସି)ଙ୍କ ନିର୍ଦ୍ଦେଶ ଅନୁଯାୟୀ ଲକ୍ଷ୍ନୌର ଗୌତମ ପଲ୍ଲୀ ଷ୍ଟେସନରେ ପ୍ରଥମ ସୂଚନା ରିପୋର୍ଟ ପଞ୍ଜିକୃତ ହୋଇଛି ବୋଲି ସୂଚନା ମିଳିଛି । ଅନ୍ୟପଟେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ଧାରା ୧୮୮ (ନିର୍ଦ୍ଦେଶର ଉଲ୍ଲଂଘନ), ୨୬୯ (ରୋଗର ସଂକ୍ରମଣ ବିସ୍ତାର), ୨୭୦ (ସଂକ୍ରମଣ ବିସ୍ତାର କରି ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ) ଏବଂ ୩୪୧ ଅନୁଯାୟୀ ମାମଲା ଦାୟର କରାଯାଇଛି।

ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ ଲାଉଡ ସ୍ପିକର ମାଧ୍ୟମରେ ଏସପି କର୍ମୀଙ୍କୁ ଭିଡ଼ ସଫା କରିବାକୁ ଏବଂ ଗାଡି ହଟାଇବାକୁ କୁହାଯାଇଥିଲା କିନ୍ତୁ ଏହାର କୌଣସି ପ୍ରଭାବ ପଡି ନଥିଲା। ସେପଟେ ହଜାର ହଜାର ଏସପି କର୍ମଚାରୀ ଦଳର ମୁଖ୍ୟାଳୟ ଚାରିପାଖରେ ଗାଡି ପାର୍କିଂ କରି ରାସ୍ତା ଅବରୋଧ କରିଥିଲେ ଏବଂ ବେଆଇନ ଭାବେ ଏହି ସମାବେଶର ଆୟୋଜନ କରିଥିଲେ ବୋଲି ଲକ୍ଷ୍ନୌ ପୁଲିସ କମିଶନର ଡି.କେ ଠାକୁର କହିଛନ୍ତି ।

Related Posts