ଏହି 7ଟି ଅଭ୍ୟାସ ଆପଣଙ୍କୁ ରଖିବ ସବୁବେଳେ ଫିଟ୍‌

ଫିଟ୍ ଲୋକମାନେ କିଛି ନୂଆ ଜୀବନଶୈଳୀ ଆପଣାନ୍ତି ନାହିଁ । ବରଂ ସେମାନେ ନୂଆ ଢଙ୍ଗରେ ଜୀବନ ଅତିବାହିତ କରିବାକୁ ଚେଷ୍ଟା କରନ୍ତି…

1. ଫିଟ୍ ଲୋକମାନେ ଦିନକୁ ପ୍ରଚୁର ପରିମାଣର ପାଣି ପିଅନ୍ତି । କେତେ ଗ୍ଲାସ୍‌ ପାଣି ପିଇଲେ ତା’ର ହିସାବ ନରଖି ଆବଶ୍ୟକତା ଅନୁସାରେ ପାଣି ପିଇବା ଉପରେ ଗୁରୁତ୍ୱ ଦିଅନ୍ତି । ଶରୀରର ଓଜନ, ଜୀବନଶୈଳୀ ଏବଂ କାର୍ଯ୍ୟକ୍ଷମତାକୁ ଦୃଷ୍ଟିରେ ରଖି ସେମାନେ ପାଣି ପିଅନ୍ତି ।

2. ସେମାନେ କେବେହେଲେ ମୃଦୁ ପାନୀୟ ପିଅନ୍ତି ନାହିଁ । ମୃଦୁ ପାନୀୟରେ ପ୍ରଚୁର ପରିମାଣରେ ଚିନିର ମାତ୍ରା ରହୁଥିବାରୁ ସେମାନେ ଯଥାସମ୍ଭବ ମୃଦୁ ପାନୀୟକୁ ଏଡ଼ାଇ ଚାଲନ୍ତି ।

3. ସେମାନେ ସବୁବେଳେ ତରଳ ଖାଦ୍ୟ ପରିବର୍ତ୍ତେ କଠିନ ଖାଦ୍ୟ ଖାଆନ୍ତି । ଏହାଦ୍ୱାରା ଖାଦ୍ୟ ଖାଇବାର ଏକ ଅନୁଭବ ରହେ । ଏବଂ ଖୁବ୍ କମ୍ ବ୍ୟବଧାନରେ ଖାଦ୍ୟ ଖାଇବା ପ୍ରତି ଆଗ୍ରହ ହୁଏନାହିଁ ।

4. ଫିଟ୍ ଲୋକମାନେ ଖାଦ୍ୟର ମାତ୍ରା ନେଇ ସବୁବେଳେ ସଚେତନ । ଖାଦ୍ୟ ଖାଇବାବେଳେ ସେମାନେ ସବୁବେଳେ ଆବଶ୍ୟକ ପରିମାଣକୁ ଖୁବ୍ ଗୁରୁତ୍ୱ ଦିଅନ୍ତି । ଏମିତି ନୁହେଁ ଯେ ସେମାନେ ପାର୍ଟିକୁ ଯାଆନ୍ତି ନାହିଁ, ରେସ୍ତୋରାଁରେ ଖାଆନ୍ତି ନାହିଁ । ତେବେ ସେମାନେ ଖାଦ୍ୟ ଖାଇବା ପରେ ତାକୁ ହଜମ କରିବା ଲାଗି ଯଥେଷ୍ଟ ପରିଶ୍ରମ କରନ୍ତି ।

5. ବ୍ୟାୟାମ କରିବା ଫିଟ୍ ଲୋକମାନଙ୍କର ଜୀବନର ଏକ ବଡ଼ ଅଂଶ । ପ୍ରତିଦିନ ଏମାନେ ରୁଟିନ୍ ଅନୁଯାୟୀ ବ୍ୟାୟାମ କରନ୍ତି । ଜିମ୍ ନ ଯାଇପାରିଲେ ମଧ୍ୟ ଚାଲିବା, ନୃତ୍ୟ କରିବା, ଯୋଗ ଇତ୍ୟାଦିକୁ ଅଭ୍ୟାସ କରନ୍ତି । ଦିନରେ କାମ କରିବା ମଝିରେ ମଧ୍ୟ ସେମାନେ ଟିକେ ଚାଲିଥାନ୍ତି । ସେହିପରି ଅନେକ ବ୍ୟାଡମିଣ୍ଟନ, କ୍ରିକେଟ୍‌, ଭଲି ପରି ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି । ଏହାଦ୍ୱାରା ମନଫୁର୍ତ୍ତି ରହିବା ସହ ଶରୀର ସୁସ୍ଥ ରହେ ।

6 କୌଣସି ପ୍ରକାର ନିଶାଠାରୁ ସେମାନେ ସବୁବେଳେ ଦୂରେଇ ରହନ୍ତି ।

7. ସେମାନେ ସବୁବେଳେ ସକ୍ରିୟ ରହିବାକୁ ଚେଷ୍ଟା କରନ୍ତି । ଏହାଦ୍ୱାରା ମନ ସହିତ ଶରୀର ଉପରେ ମଧ୍ୟ ପ୍ରଭାବ ପଡ଼େ । ସମୟସୁବିଧା ଦେଖି ସେମାନେ ଅଫିସରେ କିଛି ସିଡ଼ି ଉପରେ ଯିବା ଆସିବା କରିଥାନ୍ତି । ନ ହେଲେ ଖାଇ ସାରିବା ପରେ ଟିକେ ଚାଲିଥାନ୍ତି।

Related Posts