ଲକଡାଉନ୍ ରେ ସରକାରୀ ସାହାଯ୍ୟ ପାଇ ନାହାନ୍ତି ୯୦ ପ୍ରତିଶତ ପ୍ରବାସୀ ଶ୍ରମିକ : ସର୍ଭେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ ବର୍ଷ ଯେତେବେଳେ କରୋନା ମହାମାରୀ ଭାରତରେ ପ୍ରବେଶ କରିବା ଆରମ୍ଭ କଲା କେନ୍ଦ୍ର ସରକାର ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିଥିଲେ। ଏହି ସମୟରେ ହଜାର ହଜାର ପ୍ରବାସୀ ଶ୍ରମିକ ସହର ଛାଡି ଗାଁ ମୁହାଁ ହୋଇଥିଲେ। ଏହି ସମୟରେ ରାସ୍ତାରେ ଅନେକ ଏନଜିଓ ସମେତ ସରକାର ମଧ୍ୟ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିଥିଲେ।

ବର୍ତ୍ତମାନ ୧୧ ହଜାରରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ନେଇ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ସେମାନଙ୍କ ପାଖରେ ମାତ୍ର ଗୋଟିଏ ଦିନରୁ କମ୍ ସମୟ ପାଇଁ ରାସନ ମହଜୁଦ୍ ରହିଛି। ଏଥିମଧ୍ୟରୁ 96% ଲୋକ ସରକାରଙ୍କ ଠାରୁ ରାସନ ପାଇ ନାହାଁନ୍ତି ଏବଂ 70% ଶ୍ରମିକ ରନ୍ଧା ଖାଦ୍ୟ ପାଇ ନାହାଁନ୍ତି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଲକଡାଉନ୍ ସମୟରେ ପ୍ରାୟ 89% ପ୍ରବାସୀ ଶ୍ରମିକ ସେମାନଙ୍କ ମାଲିକଙ୍କ ଠାରୁ ଦରମା ପାଇ ନାହାନ୍ତି।

ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶର ସ୍ଥିତି ସବୁଠାରୁ ସଙ୍ଗୀନ ଥିଲା। ୟୁପିରେ 1,611 ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ହୋଇଥିବା ସର୍ଭେରୁ ଜଣାପଡିଛି ଯେ ସେମାନଙ୍କ ମଧ୍ୟରୁ କେହି ଜଣେ ବି ଏପର୍ଯ୍ୟନ୍ତ ସରକାରଙ୍କଠାରୁ କୌଣସି ରାସନ ପାଇ ନାହାଁନ୍ତି। 73 ସ୍ବେଚ୍ଛାସେବୀଙ୍କୁ ନେଇ ଗଠିତ ଏକ ଟିମ୍ ଷ୍ଟ୍ରେଣ୍ଡେଡ୍ ୱାର୍କର୍ସ ଆକ୍ସନ ନେଟୱାର୍କର ଏକ ରିପୋର୍ଟରେ ଦର୍ଶାଯାଇଛି।

ମହାରାଷ୍ଟ୍ରର 291 ଜଣ ପ୍ରବାସୀ ଶ୍ରମିକଙ୍କୁ ନେଇ ହୋଇଥିବା ସର୍ଭେରୁ ଜଣାପଡିଛି ଯେ ସେମାନଙ୍କ ମଧ୍ୟରୁ 71% ଜଣଙ୍କ ପାଖରେ କେବଳ ଗୋଟିଏ ଦିନ ପାଇଁ ରାସନ ଅଛି। ଏବଂ 89% ଶ୍ରମିକ ଦାବି କରିଛନ୍ତି ଯେ ସେମାନଙ୍କୁ ଦୁଇ ଦିନରୁ ଅଧିକ ସମୟ ପାଇଁ ପର୍ଯ୍ୟାପ୍ତ ରାସନ ଷ୍ଟକ୍ ନାହିଁ। କର୍ଣ୍ଣାଟକରେ, 1,212 ଜଣଙ୍କ ମଧ୍ୟରୁ 36% ଶ୍ରମିକ କହିଛନ୍ତି ଯେ ସେମାନଙ୍କ ପାଖରେ ଗୋଟିଏ ଦିନରୁ ଅଧିକ ସମୟ ପାଇଁ ରାସନ ନାହିଁ। ବେଙ୍ଗାଲୁରୁର ଜଣେ ପ୍ରବାସୀ ଶ୍ରମିକ କହିଛନ୍ତି, “ଆମ ପାଖରେ ଥିବା ରାସନ ବଞ୍ଚାଇ ରଖିବା ପାଇଁ ଆମେ ଦିନକୁ କେବଳ ଗୋଟିଏ ବେଳା ଖାଦ୍ୟ ଖାଉଛୁ।

ତେବେ ଦିଲ୍ଲୀ ଏବଂ ହରିୟାଣା ଭଳି ରାଜ୍ୟରେ ଶ୍ରମିକମାନେ ରନ୍ଧା ଖାଦ୍ୟ ପାଇଥିବା ନେଇ ରିପୋର୍ଟରେ କୁହାଯାଇଛି। ବିହାରର ମୁଜାଫରପୁରରୁ ଦିଲ୍ଲୀ ଆସିଥିବା ଜଣେ ନିର୍ମାଣ ଶ୍ରମିକ କହିଛନ୍ତି ଯେ ସେ କିଛି ସମୟ ପାଇଁ ସରକାରୀ ଫିଡିଂ ସେଣ୍ଟରରେ ରନ୍ଧା ଖାଦ୍ୟ ପାଇପାରିଥିଲେ।

ଏହା ବ୍ୟତୀତ, 74% ଶ୍ରମିକଙ୍କ କହିଛନ୍ତି ଯେ ଦୈନିକ ଆୟର ଅଧାରୁ କମ୍ ସେ ବଳକା ରଖି ଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ 98% ସରକାରଙ୍କଠାରୁ କୌଣସି ନଗଦ ସହାୟତା ପାଇନାହାଁନ୍ତି। କେବଳ ଅଳ୍ପ କେତେଜଣ କର୍ମଚାରୀ ବିହାର ସରକାରଙ୍କଠାରୁ 1000 ଟଙ୍କା ପାଇଥିବା କହିଛନ୍ତି। ତିନିଜଣ ମହିଳା କହିଛନ୍ତି ଯେ ଏପ୍ରିଲ ମାସ ପାଇଁ ସେମାନେ ଜନ ଧନ ଯୋଜନା ଜରିଆରେ ଆକାଉଣ୍ଟରେ 500 ଟଙ୍କା ପାଇଛନ୍ତି।

Related Posts