ନୂଆଦିଲ୍ଲୀ: ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାର ତାରକେଶ୍ୱରରୁ ୨୩ତମ କିସ୍ତି ଜାରି କରିଛନ୍ତି। ଦେଶର ପ୍ରାୟ ୯.୪୪ କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ୧୮,୮୮୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାର ପ୍ରାୟ ୩୪.୬ ଲକ୍ଷ ଚାଷୀଙ୍କୁ ଏହି ସିଧାସଳଖ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି। ଏହି ଟଙ୍କା ସେମାନଙ୍କର ଚାଷ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ। ଖରିଫ ଫସଲ ବୁଣା ସମୟରେ ଚାଷୀମାନଙ୍କ ପାଇଁ ଏହି ଆର୍ଥିକ ସହାୟତା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ ଗତ ମାର୍ଚ୍ଚ ୧୩ରେ ଆସାମର ଗୌହାଟୀରୁ ଯୋଜନାର ୨୨ତମ କିସ୍ତି ଜାରି କରିଥିଲେ।