ଇସଲାମାବାଦ(ସତ୍ୟପାଠ ବ୍ୟୁରୋ): ଶନିବାର ସକାଳେ ପାକିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଆତଙ୍କିତ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିବାର ଦେଖିବାକୁ ମିଳିଛି।ସକାଳ ୮ଟା ୫୩ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ଥିବା ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପ ଭୂପୃଷ୍ଠର ପ୍ରାୟ ୩୫ କିଲୋମିଟର ଗଭୀରତାରେ ଚ ହୋଇଥିବା ଅନୁମାନ କରାଯାଉଛି। ରିପୋର୍ଟ ଅନୁଯାୟୀ, ଶନିବାର ସକାଳ ସ୍ଥାନୀୟ ସମୟ ସକାଳ ୮ଟା ୫୩ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜିରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନ ପୃଷ୍ଠରୁ ପ୍ରାୟ ୪୦ ରୁ ୭୫ କିଲୋମିଟର ତଳେ ଅବସ୍ଥିତ ଥିଲା। ଭୂମିକମ୍ପ ଯୋଗୁ କୌପାକିସ୍ତାନରେ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୫.୪ଣସି କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ମିଳିନାହିଁ।
