କଟକ(ସତ୍ୟପାଠବ୍ୟୁରୋ): କଟକରେ ଅପମିଶ୍ରିତ ପନିର କାରବାର ଅଭିଯୋଗରେ ୧୧ ଜଣଙ୍କ ନାଁ ରେ ଏତଲା ଦେଲା କଟକ ମହାନଗର ନିଗମ। KMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧୁପାଟଣା ଥାନାରେ ଏତଲା ଦିଆଯାଇଛି। କିଛି କ୍ଷୁଦ୍ର ଚାଷୀ ଓ ଭେଣ୍ଡରଙ୍କ ନାଁରେ ମାମଲା ରୁଜୁ କରାଯାଇଛି। କଟକରୁ ଜବତ ୭୩ କୁଇଣ୍ଟାଲ ପନିରର ନମୂନା ରିପୋର୍ଟ ଆସିବା ପରେ ଏତଲା ଦିଆଯାଇଛି। ମଇଦା, ଷ୍ଟାର୍ଚ୍ଚ ପାଉଡର ଓ ଡିଟରଜେଣ୍ଟ ମିଶିଥିବା ରିପୋର୍ଟ ଆସିଥିବା ଜଣାପଡ଼ିଛି। କଟକ ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା ଦିଆଯାଇଥିବା ନେଇ ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ପନିର ଓ ଛେନା ଅପମିଶ୍ରଣ ନେଇ ଗୃହରେ ସ୍ବାସ୍ଥ୍ୟମନ୍ତ୍ରୀ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି। ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ ହୋଇଥିଲା। କଟକରେ ୭୧ କ୍ୱିଣ୍ଟାଲ ପନିର ନଷ୍ଟ କରାଯାଇଛି। ଗତ ୨ ବର୍ଷରେ ୯୫ ଲକ୍ଷ ୯୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ମୋଟ ୪୧୩ ମାମଲା ରୁଜୁ ସହ ୭୩୯୨ ଲିଗାଲ ସାମ୍ପୁଲ କଲେକ୍ସନ ହୋଇଛି। କେବଳ ଭୁବନେଶ୍ୱରରେ ୨୮୧୦ଟି ସାମ୍ପୁଲ ସଂଗ୍ରହ ହୋଇଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।
