ଝାରସୁଗୁଡ଼ା, (ସତ୍ୟପାଠବ୍ୟୁରୋ):  ଖରା ଦିନରେ କଲମାର ଗେଟ ପକାଇ ଓଡ଼ିଶାର ନଦୀକୁ ଶୁଖିଲା କରି ଦେଉଥିବା େବଳେ ବର୍ଷା ଆସିଲେ ସମସ୍ତ େଗଟ ଖୋଲି ଓଡ଼ିଶାକୁ ବନ୍ୟା ମୁହଁକୁ ଠେଲି ଦେଉଛି ଛତିଶଗଡ଼। ମହାନଦୀର ଜଳ ବଣ୍ଟନକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ବିବାଦର ସମାଧାନ ହୋଇନପାରୁ ଥିବା ବେଳେ ଏଭଳି ପରିସ୍ଥ଄ତିରେ ଉପରମୁଣ୍ଡରେ ଲଗାଣ ବର୍ଷା ପରେ ଛତିଶଗଡ଼ କଲମା ବ୍ୟାରେଜ୍ର ସମସ୍ତ ୬୬ଟି ଗେଟ୍ ଖୋଲି େଦଇଛି। ଫଳରେ ହଠାତ୍ ତଳମୁଣ୍ଡକୁ ଆସୁଥିବା ପାଣିରେ ମହାନଦୀର ଜଳସ୍ତର ବୃଦ୍ଧ଄ ହେବା ସହ ଝାରସୁଗୁଡା ଜିଲ୍ଲା ଲଖନପୁର୍ ବ୍ଲକ ମହାନଦୀ ଉପକୂଳ ଅଞ୍ଚଳରେ ବନ୍ୟା ପରିସ୍ଥ଄ତି ସୃଷ୍ଟି େହାଇଛି। ବିଶେଷ କରି ମହାନଦୀର ପ୍ରବେଶସ୍ଥଳ ସୁଖାସୋଡ଼ା ସମେତ ସେମଲିଆ, ଶରଧା ଓ ଚିଖଳି ଗାଁ ନିକଟକୁ ମହାନଦୀ ପାଣି ସହ ରିଜର୍ଭର ପଛୁଆ ପାଣି ମାଡ଼ି ଆସିଛି। ଏକର ଏକର ଚାଷଜମି ବୁଡ଼ି ରହିଥିବା ବେଳେ ଏବେ ପାଣି ଗାଁ ମୁହାଁ ହେବା ର ଆଶଙ୍କା ରହିଛି। ତେଣୁ ପ୍ରଶାସନ ପକ୍ଷରୁ ବନ୍ୟା ଅାଶଙ୍କାକୁ ଦୃଷ୍ଟିରେ ରଖି ଲଖନପୁର ବ୍ଲକର ଚିଖଲି ଗାଁର ୩ଟି ପରିବାରକୁ କମ୍ୟୁନିଟି ସେଣ୍ଟରକୁ ସ୍ଥାନାନ୍ତର କରାଯାଇ ଥିବା ବେଳେ ସେମଲିଆ ଗାଁର ୩ଟି ପରିବାରକୁ ପ୍ରାଥମିକ ବିଦ୍ୟାଳୟକୁ ନିଆଯାଇଥିବା ଜଣାପଡ଼ିଛି। ଅନ୍ୟପଟେ ବନ୍ୟା ପାଣିରେ ଧାନ ଓ ପନିପରିବା ଚାଷ ଜମି ବୁଡ଼ି ରହିଛି। ଦୀର୍ଘ ସମୟ ଧରି ଜମିରେ ପାଣି ଜମି ରହିଲେ ଧାନ ସହ ପନିପରିବା ଚାଷ ନଷ୍ଟ ହେବା ଆଶଙ୍କା ରହିଛି। ଏହାଦ୍ୱାରା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି। ଗତକାଲି ଅପରାହ୍ନରେ ସେମଲିଆ ମନ୍ଦିର ରାସ୍ତାରେ ୩ ଫୁଟରୁ ଅଧିକ ପାଣି ପ୍ରବାହିତ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରାସ୍ତା ଉପରେ ପାଣି ଚାଲିବାରୁ ଲୋକଙ୍କ ଯାତାୟାତ ନେଇ ସମସ୍ୟା ଦେଖାଦେଇଥିଲା। ତେବେ ଆଜି ଜଳସ୍ତର କିଛିଟା ହ୍ରାସ ପାଉଥିବା ଜଣାପଡ଼ିଛି। ଏହା ସତ୍ତ୍ୱେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଏବେ ବି ଟଳିନାହିଁ। ସୂଚନାଯୋଗ୍ୟ, ୨୦୨୧ରୁ ୨୦୨୪ ମଧ୍ୟରେ ମଧ୍ୟ ଏହି ଅଞ୍ଚଳରେ ଏଭଳି ବନ୍ୟା ପରିସ୍ଥିତି ଦେଖାଦେଇଥିଲା। ପୁଣି ଥରେ ସମାନ ପରିସ୍ଥିତି ଉପୁଜିବାରୁ ମହାନଦୀ ଉପକୂଳବାସୀଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି।