କୋଭିଡ ସଂକ୍ରମିତ ପରିବାର ଲୋକଙ୍କୁ ସହାୟତା ପାଇଁ ଆଇପିଏଲ ଛାଡ଼ିଲେ ରବିଚନ୍ଦ୍ରନ୍ ଅଶ୍ୱିନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ଭାରତୀୟ ବରିଷ୍ଠ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ନିଜର ଗୁଗୁଲି ବଲ ହେଉ କିମ୍ବା ଅଫକଟର ବଲ ରେ ପ୍ରତୀପକ୍ଷ କୁ ଘାଇଲା କରିବାରେ ମାହିର। କିନ୍ତୁ ସେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରୁ ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି କୋଭିଡ -19 ସହ ଲଢେଇ କରୁଥିବା ତାଙ୍କ ପରିବାର ଏବଂ ଅନ୍ୟ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି। ସେ ଏହା ମଧ୍ୟ କହିଛନ୍ତି “ଆସନ୍ତାକାଲି ଠାରୁ ମୁଁ ଏହି ବର୍ଷ ଆଇପିଏଲ୍ ରୁ ବିରତି ନେବି। ପରିସ୍ଥିତି ଯଦି ସୁଧାର ଆସେ ତେବେ ମୁଁ ଦଳକୁ ଫେରି ପରେ”।୩୪ ବର୍ଷୀୟ ରବିଚନ୍ଦ୍ରନ୍ ଅଶ୍ୱିନ୍ ଦିଲ୍ଲୀ କ୍ୟାପିଟାଲ (DC) ପାଇଁ ଖେଳୁଥିଲେ । ଅଶ୍ୱିନ୍ ନିଜ ଟ୍ୱିଟର ପୃଷ୍ଠାରେ ଏହା ଲେଖିଛନ୍ତି।

ସେ ଅଉ ମଧ୍ୟ କହି ଛନ୍ତି ଏପରି ଏକ ସଂକଟ ସମୟରେ ମୁଁ ମୋ ପରିବାର ସହିତ ରହିବା ଓ ଅନ୍ୟ ପରିବାର ଯେଉଁ ମାନେ କରୋନା ଦ୍ଵାରା ପ୍ରଭାବିତ ଅଛନ୍ତି ସେମାନଙ୍କୁ ସାହାଯ୍ୟ କରିପାରିବି ।ପରିସ୍ଥିତି ଯଦି ସାମନ୍ୟ ହୁଏ ମୁଁ ଦଳକୁ ଫେରିପାରେ ।ସେ କହିଛନ୍ତି, “ମୋ ଦେଶରେ କଣ ଘଟୁଛି ତାହା ଦେଖିବା ପାଇଁ ହୃଦୟକୁ କଷ୍ଟ ଲାଗୁଛି !ମୁଁ କୌଣସି ହେଲଥ କେୟାର ସେବାରେ ନାହିଁ, କିନ୍ତୁ ଯେଉଁମାନେ ଏହି ଦାୟିତ୍ୱ ରେ ଅଛନ୍ତି ସେମାନଙ୍କୁ ମୋର ଆନ୍ତରିକ କୃତଜ୍ଞତା। ମୁଁ ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ନିରାପଦରେ ରହିବାକୁ ନିବେଦନ କରୁଛି ବୋଲି କହିଛନ୍ତି। ଦିଲ୍ଲୀ କ୍ୟାପିଟାଲ ଟ୍ୱିଟ କରି କହିଛନ୍ତି ଏ କଠିନ ସମୟରେ ଆପଣଙ୍କୁ ଆମର ପୂର୍ଣ୍ଣ ସମର୍ଥନ@ ashwinravi99 ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ଆମେ ଆପଣଙ୍କୁ ସମର୍ଥନ ଓ ପ୍ରାର୍ଥନା ପଠାଉଛୁ ବୋଲି ଲେଖିଛନ୍ତି |

Related Posts