ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦକୁ ନେଇ ପ୍ରତିବାଦ କରିଛି କଂଗ୍ରେସ | ଏନେଇ ଆଜି ୧୨ ଘଣ୍ଟିଆ ସଇଁତଲା ବନ୍ଦ ଡାକରା ଦେଇଛି ସଇଁତଲା ବ୍ଲକ କଂଗ୍ରେସ କମିଟି |
ରାଜ୍ୟରେ ଅପରାଧ, ହତ୍ୟା ଓ ନାରୀ ନିର୍ଯ୍ୟାତନା ଘଟଣା ବଢ଼ିବାରେ ଲାଗିଛି । ଏଥିରେ ଶାସନରେ ଥିବା ମନ୍ତ୍ରୀଙ୍କ ସଂପୃକ୍ତି ଥାଇ ମଧ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଏନେଇ 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ । ଯେଉଁଥିରେ ସଇଁତଳା ଅଞ୍ଚଳର ସବୁ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି ।





