ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ମଧ୍ୟରେ ସମାଜବାଦୀ ପାର୍ଟି ଓ ଆରଏଲଡି ମଧ୍ୟରେ ଗଠବନ୍ଧନ ହୋଇଥିବାର କଥା ସାମ୍ନାକୁ ଆସିଥିଲା । ସେପଟେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ମଥୁରାରେ ପ୍ରଚାର କରୁଛନ୍ତି । ଏସବୁ ମଧ୍ୟରେ ସେ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଥିଲା । ତେବେ ସମାଜବାଦୀ ପାର୍ଟିରେ ମିଶିବା ପାଇଁ ଉପମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀର ଅଫର ମୁଁ ମାଗିନାହିଁ । ଉତ୍ତରପ୍ରଦେଶର ସମସ୍ତ କୃଷକ ଓ ଯୁବକମାନେ ଉପମୁଖ୍ୟମନ୍ତ୍ରୀ ନୁହଁ ବରଂ ମୁଖ୍ୟମନ୍ତ୍ରୀ ହେବେ । ଏହା ସହ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଶିମଳା ବୟାନରେ ମଧ୍ୟ ଜୟନ୍ତ ଚୌଧୁରୀ ପ୍ରତିକ୍ରିୟା ଦେଇଥିଲେ ।

ତେବେ ମାର୍ଚ୍ଚ ୧୦ ତାରିଖରେ ସମସ୍ତେ ଥଣ୍ଡା ପଡ଼ିଯିବେ । କେବଳ ଏତିକି ନୁହେଁ ବରଂ ଜୟନ୍ତ ବିଜେପି ଉପରେ ଆକ୍ରମଣ କରିଥିଲେ ଏବଂ ଆଇନ ଶୃଙ୍ଖଳା ବିଷୟରେ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ମୁଁ ଭୋଟରଙ୍କୁ ମନେ ପକାଉଛି ଯେ ସେମାନେ ଚୌଧରୀ ଚରଣ ସିଂଙ୍କ ପ୍ରଶାସନକୁ ମନେ ରଖିବା ଉଚିତ୍ । ଏହା କେତେ କଠୋର ଥିଲା। ସେ ୧୯୭୦ ରେ ଗୁଣ୍ଡା ଆକ୍ଟ କରିଥିଲେ। ୟୁପିରେ ଅପରାଧ କରୁଥିବା ଗୁଣ୍ଡାମାନେ ଏହି ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଜୟନ୍ତ ଚୌଧୁରୀ କହିଛନ୍ତି ।