ନିର୍ବାଚନୀ ହିଂସା: ସମ୍ବଲପୁରରେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିମାଡ କଲେ ଦୁର୍ବୁତ୍ତ

ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପକ୍ରିୟା | ସକାଳ ୭ ଟାରୁ ଭୋଟ ଗ୍ରହଣ ପକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ, ରାଜ୍ୟର ୩୦ ଜିଲ୍ଲାର ୭୧ ବ୍ଲକରେ ଭୋଟ ହେଉଛି । ମୋଟ ୨୦୦ଟି ଜିଲ୍ଲା ପରିଷଦ ଆସନ ମତଦାନ ଚାଲିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହ ଚାଲିଛି । ତେବେ ଆଗକୁ ଆହୁରି ୪ଟି ପର୍ଯ୍ୟାୟରେ ନିର୍ବାଚନ ବାକି ରହିଛି । ତେବେ ଏହାରି ମଧ୍ୟରେ ସମ୍ବଲପୁରରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା | ଜଣେ ସରପଞ୍ଚ ପ୍ରାଥୀଙ୍କ ଘର ଉପରକୁ ଗୁଳି ମାଡ ହୋଇଥିବାର ଖବର ସାମ୍ନାକୁ ଆସିଛି । ଗୁଳିଟି କବାଟରେ ବାଜିବା ସହ କଣା ହୋଇ ଯାଇଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତ୍ରିରେ ରେଙ୍ଗାଲି ବ୍ଲକ ଠେଲକୋଲୋଇ ଥାନା ଘିଚାମୁରା ପଂଚାୟତର ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଘର ଉପରକୁ ଗୁଳି ଚଳାଇଛନ୍ତି ଦୁବୃର୍ତ୍ତ । ତେବେ ଏହି ଗୁଳିମାଡରେ କେହି ଆହତ ହୋଇନଥିବା ବେଳେ ଖବର ପାଇ ଠେଲକୋଲୋଇ ପୋଲିସ ଘଟଣା ସ୍ଥଳର ପହଂଚି ତଦନ୍ତ ଆରମ୍ଭ କରିଛି । ନିର୍ବାଚନ ପୂର୍ବରୁ ଏଭଳି ମାହୋଲକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି |

Related Posts