ଉତ୍‌କ୍ଷେପଣ ହେଲା GSAT-29, ସମୁଦ୍ର ଉପରେ ରଖିବ କଡ଼ା ନଜର, କାଶ୍ମୀରରେ ଦେବ ଇଣ୍ଟରନେଟ୍‌ ସେବା

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ୍‌ ଉତ୍‌କ୍ଷେପଣ କେନ୍ଦ୍ରରୁ ଇସ୍ରୋ ନୂତନ ସଂଚାର ଉପଗ୍ରହ ଜିସାଟ୍‌-29କୁ ବୁଧବାର ଉତ୍‌କ୍ଷେପଣ କରିଛି ।

ଇସ୍ରୋର ଚେୟାରମ୍ୟାନ୍‌ କେ ସିବାନଙ୍କ କହିବା ଅନୁସାରେ ସଞ୍ଚାର ଉପଗ୍ରହ ଜିସାଟ୍‌ -29ରେ ଏକ ସ୍ବତନ୍ତ୍ର ପ୍ରକାରର ‘ହାଇ ରିଜୋଲ୍ୟୁସନ୍‌’ କ୍ୟାମେରା ଲାଗିଛି । ଏହି କ୍ୟାମେରାକୁ ‘ଜିଓ ଆଇ’ ନାମ ଦିଆଯାଇଛି । ଏଥିରେ ଭାରତ ମହାସାଗରରେ ଭାରତର ଶତ୍ରୁ ଓ ତାଙ୍କ ଜାହାଜ ଉପରେ ନଜର ରଖାଯାଇପାରିବ । ଏଥିସହ ଏହି ସଂଚାର ଉପଗ୍ରହ ଦ୍ବାରା ଜମ୍ମୁ କାଶ୍ମୀର ସମେତ ଉତ୍ତର ପୂର୍ବ ଭାରତର ଅଞ୍ଚଳରେ ଇଣ୍ଟରନେଟ୍‌ ପହଞ୍ଚାଇବାରେ ସହାୟତା ମିଳିବ ।

ନିଜର ଦ୍ବିତୀୟ ଉଡ଼ାଣରେ ଜିଏସ୍‌ଏଲ୍‌ବି-ଏମ୍‌କେ 3 ରକେଟ୍‌ ଜିସାଟ୍‌-29କୁ ଭୂସ୍ଥିର କକ୍ଷରେ ସ୍ଥାପିତ କରିବ । ଜିସାଟ୍‌-29 ଉପଗ୍ରହ ଉଚ୍ଚ କ୍ଷମତା ସମ୍ପନ୍ନ କା ଓ କୁ-ବ୍ୟାଣ୍ଡର ଟ୍ରାନ୍ସପୋଣ୍ଡରରେ ସଜ୍ଜିତ । ଯାହ ଫଳରେ ପୂର୍ବୋତ୍ତର ଓ ଜମ୍ମୁ କାଶ୍ମୀର ସମେତ ଦେଶର ଅନ୍ୟ ଅଞ୍ଚଳରେ ଆବଶ୍ୟକତାକୁ ପୁରା କରିବାରେ ସାହାଯ୍ୟ ମିଳିବ ।

Related Posts