ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କଠାରୁ କେବଳ ଏକ ଚତୁର୍ଥାଂଶ ଟଙ୍କା ପୁନରୁଦ୍ଧାର କରିବା ଯଥେଷ୍ଟ ନୁହଁ: ବରୁଣ ଗାନ୍ଧୀ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଗତ ୮ ମାସ ଧରି ବିଜେପି ସାଂସଦ ବରୁଣ ଗାନ୍ଧୀ ନିଜ ଦଳ ଏବଂ ସରକାରକୁ ଟାର୍ଗେଟ କରିଆସୁଛନ୍ତି। ସେପଟେ ନିକଟରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର କହିଥିଲେ ଯେ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କଠାରୁ ବ୍ୟାଙ୍କଗୁଡିକ ୧୮ କୋଟି ଟଙ୍କା ଫେରସ୍ତ କରିଛନ୍ତି। କିଛି ଦିନ ପୂର୍ବେ ଘରୋଇକରଣକୁ ନେଇ ବରୁଣ ଗାନ୍ଧୀ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଏବଂ ବର୍ତ୍ତମାନ ଆର୍ଥିକ ପଳାତକ ପାଇଁ ବରୁଣ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଗତ ୭ ବର୍ଷରେ ୬୭ ହଜାର କୋଟି ଚୋରି କରିବା ପରେ ଦେଶ ଛାଡିଥିବା ଚୋରମାନଙ୍କଠାରୁ କେବଳ ଏକ ଚତୁର୍ଥାଂଶ ଟଙ୍କା ପୁନରୁଦ୍ଧାର କରିବା ଯଥେଷ୍ଟ ନୁହେଁ । କାହିଁକିନା ତାଙ୍କର ବୋଝକୁ ସାଧାରଣ ଜନତା ବହନ କରୁଛନ୍ତି । ଅନ୍ୟପଟେ ସାଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ମାଧ୍ୟମରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ନିରବ ମୋଦୀ, ମେହୁଲ ଚୋକସି ଏବଂ ବିଜୟ ମାଲ୍ୟାଙ୍କ ଠାରୁ ବ୍ୟାଙ୍କଗୁଡିକ ୧୮,୦୦୦ କୋଟି ଟଙ୍କା ଫେରସ୍ତ କରିଛନ୍ତି।

ଆହୁରି ମଧ୍ୟ ତୁଷାର ମେହେଟ୍ଟା କହିଛନ୍ତି ଯେ ବର୍ତ୍ତମାନ ପର‌୍ୟ୍ୟନ୍ତ ପିଏମଏଲଏ ଅଧିନିୟମ ଅନୁଯାୟୀ ସୁପ୍ରିମକୋର୍ଟରେ ୬୭ ହଜାର କୋଟି ଟଙ୍କାର ମାମଲା ବିଚାରାଧୀନ ଅଛି। ଏଥିସହ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ କହିଛନ୍ତି ଯେ ପିଏମଏଲଏ ଅଧିନିୟମ ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ପ୍ରତିବର୍ଷ ଯାଞ୍ଚ ପାଇଁ ମାମଲା ସଂଖ୍ୟା ବଢ଼ୁଛି । ବର୍ତ୍ତମାନ ପ୍ରାୟ ୪୭୦୦ ପିଏମଏଲଏ ମାମଲା ଇଡି ଦ୍ୱାରା ଅନୁସନ୍ଧାନ କରାଯାଉଛି । କିନ୍ତୁ ଅନ୍ୟ ଦେଶ ତୁଳନାରେ ପିଏମଏଲଏ ଅଧୀନରେ ଆମର ଅନୁସନ୍ଧାନର ବହୁତ କମ୍ ମାମଲା ରହିଛି ବୋଲି କହିଥିଲେ ।

Related Posts