ଆଜିଠୁ ରାଜ୍ୟରେ ଖୋଲିଲା ସ୍କୁଲ: ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀଙ୍କ ହେବ ଅଫଲାଇନ କ୍ଲାସ

ରାଜ୍ୟରେ ଖୋଲିଲା ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ | ଦୀର୍ଘ ଦୁଇ ବର୍ଷ ପରେ ସ୍କୁଲ ପିଣ୍ଡା ମାଡିବେ ପିଲା | ଆଜିଠୁ ସ୍କୁଲ ରେ ଆରମ୍ଭ ହୋଇଯିବ ଅଫଲାଇନ କ୍ଲାସ | କରୋନା ପାଇଁ ସ୍କୁଲ ବନ୍ଦ ରହିଥିବା ବେଳେ, ପ୍ରଥମ ସପ୍ତାହରେ ପିଲାଙ୍କୁ ମାନସିକ ଚାପରୁ ମୁକ୍ତ କରିବା ପାଇଁ ବିଭିନ୍ନ ଆକ୍ଟିଭିଟି କରାଯିବ ।

ଦୀର୍ଘଦିନ ଧରି ସ୍କୁଲ ବନ୍ଦ ଥିବାରୁ ଷ୍ଟୋରି ଲେଖିବା, କହିବା ଭଳି କାର୍ଯ୍ୟକ୍ରମ କରାଯାଇ ହସଖୁସିର ମାହୋଲରେ ପାଠପଢା ଯିବା ନେଇ ବିଭାଗ ସ୍କୁଲଗୁଡିକୁ ନିର୍ଦ୍ଦେଶ ଦେଇଛି । ଶ୍ରେଣୀ ଶିକ୍ଷା ଗ୍ରହଣ କରିନଥିବାରୁ ସ୍ୱତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରାଯାଇ ପିଲାଙ୍କ କୋର୍ସରେ ସାମିଲ କରାଯିବାର ବ୍ୟବସ୍ଥା କରାଯିବ । ଦୁଇବର୍ଷର ଶ୍ରେଣୀ ପାଠପଢାର ଭରଣା ଦୂର ହେବ ଏବଂ ପିଲାମାନେ ପଛରେ ପଡିବେ ନାହିଁ । ଏହି ସମୟରେ କିନ୍ତୁ କୋଭିଡ କଟକଣା ପାଳନ ହେବ ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ସ୍କୁଲ ଖୋଲିବା ନେଇ ଗତ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ କରାଯାଇଥିଲା । ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସୋମବାରଠାରୁ କ୍ଲାସରୁମ୍‌ ଶିକ୍ଷା ଦିଆଯିବ । ସ୍କୁଲ ଖୋଲିଲେ ମଧ୍ୟ ପ୍ରଥମ ସପ୍ତାହରେ କେବଳ ବିଭିନ୍ନ ଆକ୍ଟିଭିଟି କରାଯିବ, ପାଠ ପଢ଼ାଯିବ ନାହିଁ । ଏଥିସହ ପ୍ରଥମରୁ ପଞ୍ଚମ ଛାତ୍ରଛାତ୍ରୀ ପ୍ରାୟ ଦୁଇ ବର୍ଷ ହେବ ଶ୍ରେଣୀ ଶିକ୍ଷା ଗ୍ରହଣ କରି ନାହାନ୍ତି । ତେଣୁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ସାମିଲ ହେବ ।

Related Posts