ଚିଲିକା ବିଧାୟକଙ୍କ ଗାଡ଼ି ଚଢ଼ିବା ଘଟଣା ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଘଟିଥିବା ଘଟଣାର ପୁନରାବୃତ୍ତି !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ବିଜେପି କର୍ମୀଙ୍କ ଉପରକୁ ଚଢ଼ିଯାଇଥିବାର କଥା ସାମ୍ନାକୁ ଆସିଛି । ଏହି ଘଟଣାରେ ଜଣେ ମହିଳା ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସେପଟେ ଚିଲିକା ବିଧାୟକଙ୍କ ଗାଡ଼ି ଚଢ଼ିବା ଘଟଣା ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଘଟିଥିବା ଘଟଣାର ପୁନରାବୃତ୍ତବୋଲି ମଧ୍ୟ କୁହାଯାଉଛି । କାହିଁକିନା ଲଖିମପୁର ଖେରୀରେ ଯେପରି ବିଜେପି କର୍ମୀ କୃଷକମାନଙ୍କ ଉପରକୁ ଗାଡ଼ି ଚଢ଼ାଇଦେଇଥିଲେ । ସେହିପରି ଚିଲିକାରେ ମଧ୍ୟ ବିଜେପି କର୍ମୀଙ୍କୁ ଶାସକ ଦଳର ବିଧାୟକ ଗାଡ଼ି ଚଢ଼ାଇ ଦେଇଛନ୍ତି ।

ଅନ୍ୟପଟେ ଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିର୍ବାଚନ ମଣ୍ଡଳୀ ନିଜେ ଗାଡ଼ି ଚଳାଇ ଯାଉଥିଲେ ଓ ତାଙ୍କ ଗାଡ଼ି ୩ ବିଜେପି କର୍ମୀଙ୍କ ଉପରେ ଚଢ଼ିଯାଇଥିଲା। ଏଥିରେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳା ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । କେବଳ ଏତିକି ନୁହେଁ ବରଂ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ବିଜେପି କର୍ମୀଙ୍କ ଉପରେ ଚଢ଼ିଯିବାର ଏକ ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହେଉଛି। ସେଥିରେ କର୍ମୀମାନଙ୍କ ଉପରେ ଗାଡ଼ି ଚଢ଼ାଇ ଚାଲିଯିବା ଲାଗି ବିଧାୟକ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି।

Related Posts