ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଐତିହାସିକ ବିଜୟ ହାସଲ କରିଛି । ଏହା ମଧ୍ୟରେ ବିଜେପି ଛାଡ଼ି ଏସପିରେ ଯୋଗ ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ପୁଣି ଥରେ ସମାଜବାଦୀ ପାର୍ଟିର ପରାଜୟ ପାଇଁ ଇଭିଏମକୁ ଦୋଷ ଦେଇଛନ୍ତି ଜ୍ଝ ଫାଜିଲନଗରରେ ତାଙ୍କ ଆସନ ଜିତିବାରେ ବିଫଳ ହୋଇଥିବା ସ୍ୱାମୀ ପ୍ରସାଦ ମୌର୍ୟ୍ୟ କହିଛନ୍ତି ଯେ ବାଲାଟ ପେପର ଭୋଟିଂରେ ସମାଜବାଦୀ ପାର୍ଟି ୩୦୦ରୁ ଅଧିକ ଆସନ ଜିତିଛି, କିନ୍ତୁ ବିଜେପି ଇଭିଏମରେ ଜିତିଛି। ସେ ଉଭୟଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ କହିଛନ୍ତି ଯେ ଇଭିଏମରେ କିଛି ନା କିଛି କାରସାଦି ହୋଇଛି ।
ସ୍ୱାମୀ ପ୍ରସାଦ ମୌର୍ୟ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ କୁରେ ଲେଖିଛନ୍ତି,ଯେ “ବାଲାଟ ପେପର ଭୋଟିଂରେ ସମାଜବାଦୀ ପାର୍ଟି ୩୦୪ଟି ଆସନ ଜିତିଥିବାବେଳେ ବିଜେପି ମାତ୍ର ୯୯ଟି ଜିତିଛି। କିନ୍ତୁ ଇଭିଏମ୍ ଗଣନାରେ ବିଜେପି ନିର୍ବାଚନରେ ଜିତିଲା, ଏହାର ଅର୍ଥ କିଛି ବଡ ଖେଳ ହୋଇଛି ଜ୍ଝ ସୂଚନା ଥାଉ କି ଏକଜିଟ୍ ପୋଲରେ ବିଜେପିର ବିଜୟ ଆକଳନ କରାଯିବା ପରଠାରୁ ସମାଜବାଦୀ ପାର୍ଟି ଇଭିଏମ ଉପରେ ଦୋଷ ଲଦିବା ଆରମ୍ଭ କରିଛି ଜ୍ଝସେପଟେ ଦଳର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସମେତ ଦଳର ତଥା ଅନେକ ନେତା ଇଭିଏମ୍ ଟାମ୍ପରିଂ ଅଭିଯୋଗ ଆଣିଛନ୍ତି ।
