ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ହୁ ହୁ ହୋଇ ସମସ୍ତ ଜିନିଷର ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ କେନ୍ଦ୍ରସରକାରଙ୍କ ଉପରେ ରାହୁଲ ଗାନ୍ଧୀ ପ୍ରବଳ ବର୍ଷିଥିବାର ଦେଖିବାକୁ ମିଳିଛି । ତେବେ ସରକାରଙ୍କ ଭୁଲ ନୀତିଗୁଡିକ ପାଇଁ ସାଧାରଣ ଜନତା ଭୋଗୁଛନ୍ତି । ଜନତାଙ୍କୁ ଆଶ୍ବସ୍ତି ଦେବାର ଦାୟିତ୍ବ ସରକାରଙ୍କର ନାହିଁ କି? ଏହା ସହିତ ଏଫ୍ଡି, ପିପିଏଫ୍ ଏବଂ ଇପିଏଫ୍ର ସୁଧ ହାର ମଧ୍ୟ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି ବୋଲି ଟ୍ବିଟ୍ କରି କହିଛନ୍ତି ରାହୁଲ ଗାନ୍ଧି । ଗୋଟିଏ ପଟେ ଖୁଚୁରା ମୁଦ୍ରାସ୍ଫୀତି ଏବଂ ହୋଲସେଲ୍ ବଜାର ମୁଦ୍ରାସ୍ଫୀତି ବଢୁଥିବାବେଳେ ସାଧାରଣ ଲୋକଙ୍କ ସଞ୍ଚୟ ଲଗାତାର ଭାବେ ହ୍ରାସ ପାଉଥିବା ଟ୍ବିଟ୍ କରି କହିଛନ୍ତି ରାହୁଲ ।
ବର୍ତ୍ତମାନ ୠଊରେ ୫.୧ ସୁଧ ମିଳୁଥିବା ବେଳେ, ପିପିଏଫ୍ରେ ୭.୧ ଏବଂ ଋଚୠରେ ୮.୧ ପ୍ରତିଶତ ହାରରେ ସୁଧ ମିଳୁଛି । ଅନ୍ୟପଟେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୬.୦୭ ଏବଂ ହୋଲସେଲ୍ ବଜାର ମୁଦ୍ରାସ୍ଫୀତି ବଢି ୧୩.୧୧ ପ୍ରତିଶତ ରହିଛି । ସେପଟେ ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ କଂଗ୍ରେସ ସପକ୍ଷରେ ଯାଇନାହିଁ ସତ କିନ୍ତୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବାରେ ଆଦୌ ହେଳା କରିନାହାନ୍ତି ରାହୁଲ ଗାନ୍ଧି । ପୂର୍ବଭଳି ମୋଦି ସରକାରଙ୍କୁ କଡା ସମାଲୋଚନା ଜାରି ରଖିଛନ୍ତି । ମାର୍ଚ୍ଚ ୧୦ ତାରିଖରେ ଆସିଥିବା ୫ ରାଜ୍ୟର ବିଧାନସଭା ଫଳାଫଳ କଂଗ୍ରେସକୁ ହତାଶ କରିଥିଲା ।





