ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ର ନୈରାଶ୍ୟଜନକ ପ୍ରଦର୍ଶନର କାରଣ ଖୋଜିବା ଲାଗି ଓଡିଶା ଗସ୍ତରେ AICC ର 3 ଜଣିଆ ଟିମ

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଦିନକୁ ଦିନ ରାଜ୍ୟରେ କଂଗ୍ରେସ ର ସ୍ଥିତି ବିଗିଡ଼ିବାରେ ଲାଗିଛି । ସେପଟେ ଦଳର ପରାଜୟର କାରଣ ଖୋଜିବା ଲାଗି ଓଡିଶା ଆସିଛନ୍ତି AICC ର 3 ଜଣିଆ ଟିମ । ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବା ସହ କରୁଛନ୍ତି ୱାନ ଟୁ ୱାନ ଆଲୋଚନା । ଏପଟେ ଦଳର ପ୍ରଦର୍ଶନ ଓ ନେତାଙ୍କ ବ୍ୟବହାର ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ । ପିସିସି ପକ୍ଷରୁ ପରାଜୟର ସମୀକ୍ଷା ନକରାଯାଇ ନେତା ପିସିସି ରେସରେ ମାତିଥିବା କହିଛନ୍ତି ସୁର । ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, AICC ର ତିନି ଜଣିଆ କମିଟି ଓଡିଶା ଆସିଛନ୍ତି । ପଞ୍ଚାୟତ ଓ ପୌର ପରାଜୟ ବିଷୟରେ ସମୀକ୍ଷା କରୁଛନ୍ତି । ଦଳର ବିଭିନ୍ନ ବର୍ଗର ନେତାଙ୍କ ସହିତ ଆଲୋଚନା କରିଛନ୍ତି । ଦଳରେ ସଂଗଠନର ଅଭାବ ରହିଛି ।

ସେପଟେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ମଧ୍ୟରେ ଦଳୀୟ କନ୍ଦଳ, ପିସିସି ସଭାପତି ବଦଳାଇବା ନେଇ ଦୌଡରେ 13 ଥିବା କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁର ରାଉତରାୟ । ନେତା ଦାୟିତ୍ବରେ ରହିବି ନିଜର କର୍ତ୍ତବ୍ୟ କରୁନାହାନ୍ତି । ଦଳରେ ଅର୍ଥର ଅଭାବ ରହିଛି । କେହି ଅର୍ଥ ଦେବାକୁ ରାଜି ହେଉନାହାଁନ୍ତି । ଅନେକ ନେତା ଦଳରେ ରହି ଦଳକୁ ବୁଡାଇବାକୁ ବସିଛନ୍ତି ବୋଲି ସୁର କହିଛନ୍ତି । ସୁର ଆହୁରୀ କହିଛନ୍ତି ଯେ, AICC ଯାହାକୁ ନୂଆ ପିସିସି ସଭାପତି କରିବେ ମୁଁ ସମର୍ଥନ ଦେବି । ଖାଲି ସଭାପତି ପରିବର୍ତ୍ତନ କଲେ ହେବ ନାହିଁ । ତୃଣମୂଳ ସ୍ତରରୁ ପରିବର୍ତ୍ତନ କରିବାକୁ ପଡିବ ।ଦଳରେ ୧୩ ଜଣ ସଦସ୍ୟ ପିସିସି ହେବା ପାଇଁ ଆଗେଇ ଆସିଲେଣି । ନେତା ହେବା ପାଇଁ ପ୍ରତିଯୋଗିତା କଲେ ହେବନି ଦଳ ପାଇଁ କାର୍ଯ୍ୟ କରିବାକୁ ପଡିବ ।

Related Posts