ନୂଆଦିଲ୍ଲୀ : ପାକିସ୍ତାକୁ ମିଳିଲା ନୂଆ ପ୍ରଧାନମନ୍ତ୍ରୀ। ଇମ୍ରାନ ଖାନଙ୍କ ଇସ୍ତଫା ପରେ ନୱାଜ ସରିଫଙ୍କ ଭାଇ ଶାହାବାଜ ସରିଫ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ।

୩୪୨ ସଦସ୍ୟ ଥିବା ପାକିସ୍ତାନ ଆସେମ୍ଲିରେ ଶାହାବଜଙ୍କୁ ୧୭୪ ଜଣ ସାଂସଦଙ୍କ ସମର୍ଥନ ମିଳିଥିଲା। ରାତି ୮.୩୦ରେ ଶାହାବାଜ ସରିଫଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ।

ବିନା ପ୍ରତିଦ୍ୱନ୍ଦ୍ୱିତାରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ସେହେବାଜ । ଇମ୍ରାନ ଖାନ୍‌ଙ୍କ ପିଟିଆଇ ପାର୍ଟି ନିର୍ବାଚନରେ ଭାଗ ନେଇନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ସାନ ଭାଇ ସେହେବାଜ ସରିଫ୍ ।ଅନ୍ୟପଟେ ପ୍ରଧାନମନ୍ତ୍ରୀ ନିର୍ବାଚନରେ ଇମ୍ରାନଙ୍କ ଦଳ ଗୃହ ତ୍ୟାଗ କରିଛନ୍ତି । ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିବା ଶାହ ମହମ୍ମଦ କ୍ୟୁରେସୀ ମଧ୍ୟ ଭୋଟିଂ ବର୍ଜନ କରିବା ସହ ଗୃହ ତ୍ୟାଗ କରିଛନ୍ତି । 16 ମିଲିଅନ ଆରବ ଦୁର୍ନୀତିରେ ଜଡିତ ବ୍ୟକ୍ତିଙ୍କ ସହ ଗୃହରେ ବସିବେ ନାହିଁ ବୋଲି କହିବା ସହ ଇମ୍ରାନ ଖାନ ଇସ୍ତଫା ଦେଇଛନ୍ତି ।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଅପରାହ୍ନରେ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଭୋଟିଂ ହୋଇଥିଲା । ବିରୋଧୀ ଦଳର ନେତା ସେହେଓ୍ବାଜ ସରିଫ ବିନା କୌଣସି ସମସ୍ୟା ଓ ପ୍ରତିଦ୍ବନ୍ଦିତାରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ।