ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଙ୍ଗଳବାର ଭୋପାଳରେ ଜନତାଙ୍କ ସହ ଚାୟ ପେ ଚର୍ଚ୍ଚା କରିଛନ୍ତି । ଏହି କାର୍ଯ୍ୟକ୍ରମର ନାମ ଦିଆଯାଇଥିଲା ‘ମାମା କି ଚାୟ, ଅପନୋ କେ ସାଥ । ଏହି କାର୍ଯ୍ୟକ୍ରମରେ ଶିବରାଜ କହିଥିଲେ ଭାଜପାର ଲକ୍ଷ୍ୟ ନୁହେଁ ନିର୍ବାଚନ ହାରିବା ବା ଜିତିବା । ଭାଜପାର ଲକ୍ଷ୍ୟ ଲୋକଙ୍କ ଜୀବନ ବଦଳାଇବା । ଏଠାକାର ଲୋକେ ଯେଉଁ ସବୁ ସମସ୍ୟା କଥା କହିଥିଲେ ତା’ର ତୁରନ୍ତ ସମାଧାନ କରାଯିବ । ଏହା ଆଭାର ସଭା ନୁହେଁ ବିଶ୍ୱାସ ସଭା । ଆପଣମାନେ ମୋତେ ଯେଉଁଭଳି ବିଶ୍ୱାସ କରିଛନ୍ତି ତାହା ମୁଁ କେବେ ଭାଙ୍ଗିଦେବି ନାହିଁ । ସମସ୍ତ ଯୋଜନାର ଲାଭ ଉପଯୁକ୍ତ ପ୍ରାର୍ଥିଙ୍କ ନିକଟରେ ନିଶ୍ଚତ ପହଞ୍ଚିବ ।
ଏହା ଭାରତୀୟ ଜନତା ପାର୍ଟିର ପ୍ରାଥମିକତା ବୋଲି ଶିବରାଜ କହିଛନ୍ତି । ସେପଟେ କାର୍ଯ୍ୟକ୍ରମରେ ହୋଇଥିବା ଭିଡକୁ ଦେଖି ଉତ୍ସାହିତ ଥିବା ଶିବରାଜ କହିଛନ୍ତି ଆପଣମାନେ ନିର୍ବାଚନ ପୂର୍ବରୁ ମଲ୍ଟି ପେୟଜଳ ବ୍ୟବସ୍ଥା ଦାବି କରିଥିଲେ, ଏହାର ବ୍ୟବସ୍ଥା ଖୁବଶୀଘ୍ର କରାଯିବ । ଏହା ବ୍ୟତୀତ ସେ କହିଛନ୍ତି ଷ୍ଟ୍ରିଟ ଭେଣ୍ଡର ଯୋଜନାରେ ଗରିବଙ୍କୁ ୧୦ ହଜାର ଟଙ୍କା ବିନା ସୁଧରେ ଯୋଗାଇ ଦିଆଯିବ । ଫଳରେ ସେମାନେ ସେମାନଙ୍କ ପରିବାର ଭରଣ-ପୋଷଣ କରିପାରିବେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
