ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମ ଆଦମୀ ପାର୍ଟି ଗୁଜୁରାଟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପୂର୍ବରୁ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି କ୍ରମରେ ପ୍ରଥମ ସୂଚୀରେ ୧୦ଆଶାୟୀଙ୍କ ନାମ ଘୋଷଣା ହୋଇଛି । ଏହି ଆଶାୟୀଙ୍କ ମଧ୍ୟରେ ଦଳରେ ସଂଗଠନର ମୁଖ୍ୟ ଦାୟିତ୍ବରେ ଥିବା ନେତାଙ୍କୁ ସୁଯୋଗ ଦିଆଯାଇଛି । ଭୀମାଭାଇ ଚୌଧୁରୀଙ୍କୁ ଦେବଦର, ଜଗମାଲ ବାଲାଙ୍କୁ ସୋମନାଥ, ଅର୍ଜୁନ ରାଠଓ୍ବାଙ୍କୁ ଛୋଟ ଉଦୟପୁରରୁ ଟିକେଟ ମିଳିଛି ।ରାଜକୋଟ ଦକ୍ଷିଣରୁ ଶିବଲାଲ ବରସିୟା, ରାଜକୋଟ ରେ ବଶରାମ ସଂଗଠକଙ୍କୁ ଟିକେଟ ଦିଆଯାଇଛି ।ଆମ୍ ଆଦମୀ ପାର୍ଟି ନଜରରେ ବର୍ତ୍ତମାନ ଗୁଜୁରାଟ ରହିଛି ଏଥିଲାଗି ଦଳପକ୍ଷରୁ ବଡ଼ ଧରଣର ପ୍ରସ୍ତୁତି ଜାରି ରହିଛି ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ ଅରିବିନ୍ଦ କେଜ୍ରିଓ୍ବାଲ ସୋମବାର ଗୁରୁରାଟ ଗସ୍ତ କରିଛନ୍ତି । ସେ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଗୁଜୁରାଟରେ ବି ନିଜର ପ୍ରତିଶ୍ରୁତିର ପାହାଡ଼ ଅଜାଡ଼ି ଦେଇଛନ୍ତି । କେଜ୍ରିଓ୍ବାଲ କହିଛନ୍ତି କି ଆଜି ଆପଣଙ୍କୁ ସୁନିଶ୍ଚିତ କରୁଛି କି ଯାହା କହୁଛି ତାହା କରିବି। ସେ ଆହୁରି କହିଛନ୍ତି ଯଦି ୫ବର୍ଷରେ ନିଜ ପ୍ରତିଶ୍ରୁତି ପୂରଣ ନ କରେ ତେବେ ଧକ୍କା ମାରି ବାହାର କରିଦେବେ । ଏହାସହ ମୁଁ ରୋଜଗାରର ପ୍ରତିଶ୍ରୁତି ଦେଇଯାଉଛି । ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ଅରବିନ୍ଦ କେଜ୍ରିଓ୍ବାଲ ନିଜ ପ୍ରତିଶ୍ରୁତି ଦେଇ କହିଛନ୍ତି କି ୫ବର୍ଷରେ ବେରୋଜଗାରଙ୍କୁ ରୋଜଗାର ଦେବା, ରେଜଗାର ନମିଳିବା ପର୍ଯ୍ୟନ୍ତ ୩ହଜାର ଲେଖାଏଁ ବେରୋଜଗାରୀ ଭତ୍ତା, ୧୦ଲକ୍ଷର ସରକାରୀ ଚାକିରୀର ସୁଯୋଗ, ପେପର ଲିକ୍ ଲାଗି କଡ଼ା ଆଇନ ଏବଂ ସହକାରୀ କ୍ଷେତ୍ରରେ ଚାକିରୀର ସିଷ୍ଟମ୍ ଠିକ୍ କରି ତାହାକୁ ପାରଦର୍ଶିତା କରିବାର ପ୍ରତିଶ୍ରୁତି ଦେଇଛନ୍ତି ।