ବହୁଚର୍ଚ୍ଚିତ ବିଲ୍‌କିସ ବାନୋ ଗଣବଳାତ୍କାର ମାମଲା; ଅପରାଧୀଙ୍କୁ ମୁକ୍ତ ପାଇଁ ଗଠିତ ଉପଦେଷ୍ଟା କମିଟିରେ ୫ ଭାଜପା ସଦସ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟର ବହୁଚର୍ଚ୍ଚିତ ବିଲ୍‌କିସ ବାନୋ ଗଣବଳାତ୍କାର ଓ ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ମାମଲାରେ ୧୧ ଅପରାଧୀଙ୍କୁ ମୁକ୍ତ କରିଦେବା ଲାଗି ଗୁଜରାଟ ସରକାରଙ୍କ ଉପଦେଷ୍ଟା କମିଟି ସୁପାରିସ କରିଥିଲା। ଉକ୍ତ କମିଟିର ସୁପାରିସକ୍ରମେ ସରକାରଙ୍କ ଏକ ପୁରୁଣା କ୍ଷମା ନୀତି ଆଧାରରେ ଗତ ସ୍ବାଧୀନତା ଦିବସ ଦିନ ୧୧ ଦୋଷୀଙ୍କୁ ଜେଲରୁ ମୁକ୍ତ କରିଦିଆଯାଇଥିଲା।ଏହାକୁ ନେଇ ବିରୋଧୀ ଗୁଜୁରାଟ ସରକାର ଓ କେନ୍ଦ୍ରର ବିଜେପି ସରକାର ଙ୍କୁ ବହୁ ସମାଲୋଚନା କରିଛନ୍ତି। ତେବେ ଏହି ଉପଦେଷ୍ଟା କମିଟିର ୧୦ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କର ଭାଜପା ସହ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଏକ ସରକାରୀ ଦସ୍ତାବିଜ ଅନୁଯାୟୀ ଏହି ଉପଦେଷ୍ଟା କମିଟିରେ ୨ ଜଣ ଭାଜପା ବିଧାୟକ, ଜଣେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଥିବାବେଳେ ଅନ୍ୟ ଦୁଇଜଣଙ୍କର ବିଜେପି ଦଳ ସହ ସମ୍ପର୍କ ରହିଥିଲା।

ଏହି ଘଟଣା ସାମ୍ନାକୁ ଆସିବା ପରେ ବିରୋଧୀ ମନେ ବିଜେପିକୁ ଆହୁରି ଅଧିକ ସମାଲୋଚନା କରିଛନ୍ତି। ତେବେ ଗୁଜୁରାଟରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଏହି ଘଟଣାର ଗୁରୁତ୍ଵ ବଢ଼ିଯାଇଛି। ରାଜନୈତିକ ସମୀକ୍ଷକଙ୍କ ମତରେ ଆଗାମୀ ନିର୍ବାଚନରେ ବିଜେପି ବଳାତ୍କରୀ ମାନଙ୍କୁ ସମର୍ଥନ କରୁଥିବା ବାର୍ତ୍ତା ନେଇ ବିରୋଧୀ ମାନେ ବିଜେପିକୁ ଘେରି ପାରନ୍ତି।

Related Posts