ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶ ହମିରପୁର ଜିଲ୍ଲାରେ ଯୁବତୀଙ୍କୁ ପାର୍କରେ ନିର୍ଯାତନା ଦିଆଯିବା ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୭ ଅଭିଯୁକ୍ତ ଜେଲ ଯାଇଥିବା ବେଳେ ଅନ୍ୟପଟେ ସେମାନଙ୍କ ଘର ଉପରେ ବୁଲଡୋଜର ଚାଲିଛି। ସମସ୍ତ ଅଭିଯୁକ୍ତଙ୍କୁ ଜେଲକୁ ପଠାଇଦିଆଯିବା ପରେ ସେମାନଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗିଦେଇଛି ପ୍ରଶାସନ ।
ସୂଚନା ଅନୁସାରେ ଏହି ୭ଜଣ ଅଭିଯୁକ୍ତ ଅବୈଧ ଭାବେ ଘର ତିଆରି କରିଥିଲେ । ଏହାସହ ଏହି ୭ଜଣ ଯୁବକ ସିଟି ଫରେଷ୍ଟ ପାର୍କରେ ଜଣେ ଯୁବକଙ୍କୁ ନିର୍ଯାତନା ଦେଇଥିଲେ । ଯୁବତୀ ଜଣକ ପାର୍କରେ ନିଜ ପୁରୁଷ ବନ୍ଧୁଙ୍କ ସହ ବୁଲୁଥିବାବେଳେ ଏହି ଅଭିଯୁକ୍ତମାନେ ଯୁବତୀଙ୍କ ସହ ଖରାପ ବ୍ୟବହାର କରିବା ସହ ତାଙ୍କୁ ବିବସ୍ତ୍ର କରିବା ସହ ତାଙ୍କୁ ଓ ତାଙ୍କ ବନ୍ଧୁଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଥିଲେ । ପୋଲିିସ ଏହି ଘଟଣାର ଯାଞ୍ଚ କରି ଯୁବକଙ୍କୁ ଅଭିଯୁକ୍ତ ପାଇବା ପରେ ସେମାନଙ୍କୁ ଗିରଫ କରି ଜେଲକୁ ପଠାଦେଇଥିବା ଜଣାପଡିଛି ।
