ଭୁଆନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଓତଙ୍କ ବିଚାର ବିଭାଗୀୟ ହାଜତ ଅବଧିକୁ ଆହୁରି ୧୪ଦିନ ବୃଦ୍ଧି କରାଯାଇଛି। ସୋମବାର ଏକ ସ୍ୱତନ୍ତ୍ର ଅଦାଲତ ସଞ୍ଜୟଙ୍କ ହାଜତ ଅବଧିକୁ ବୃଦ୍ଧି କରିଛନ୍ତି। ସଞ୍ଜୟଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ୍‌ ଦାଖଲ ପରେ ତାଙ୍କ ହାଜତ ଅବଧିକୁ ବୃଦ୍ଧି କରାଯାଇଛି।ପାତ୍ରା ଚାୱଲା ଦୁର୍ନୀତି ଘଟଣାରେ ୬୦ ବର୍ଷୀୟ ସଞ୍ଜୟଙ୍କୁ ଗତ ଅଗଷ୍ଟ ୧ ତାରିଖରେ ଇଡି ଗିରଫ କରିଥିଲା। ଗତସପ୍ତାହରେ ଇଡି ସଞ୍ଜୟଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ ଦାଖଲ କରିଥିଲା। ଏହା ପରେ ସଞ୍ଜୟ ଜାମିନ ପାଇଁ ସ୍ୱତନ୍ତ୍ର ଅଦାଲତକୁ ଯାଇଥିଲେ। କିନ୍ତୁ ସେଠାରେ ସଞ୍ଜୟଙ୍କୁ ନିରାଶ ହେବାକୁ ପଡ଼ିଥିଲା। ବରଂ ତାଙ୍କର ଆହୁରି ହାଜତ ମିଆଦକୁ ବଢ଼େଇ ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର ୧୯ରେ ସଞ୍ଜୟଙ୍କ ଜାମିନ ଆବେଦନ ଣୁଣାଣି ହେବ। ଗତ ଶୁକ୍ରବାର ମଧ୍ୟ ହୋଇଥିବା ଜାମିନ ଆବେଦନକୁ ବିରୋଧ କରିଥିଲା ଇଡି। ଏହି ମନି ଲଣ୍ଡରିଂ ମାମଲାରେ ସଞ୍ଜୟ ରାଉତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ପରଦା ପଛରେ ରହି ସବୁ କିଛି କରିଥିଲେ। ଦୁର୍ନୀତି ବଳରେ ମିଳିଥିବା ୧୦୩୪ କୋଟି ଟଙ୍କା ମଧ୍ୟରୁ ସଞ୍ଜୟ ରାଉତ ୩.୨ କୋଟି ଟଙ୍କା ଖର୍ଚ୍ଚ କରି ମଉଜ କରିଥିବା ଇଡି କୋର୍ଟଙ୍କୁ ଅବଗତ କରାଇଛି।

ସଞ୍ଜୟ ରାଉତ ମୁମ୍ବାଇରେ ଥିବା ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ଜାମିନ ଆବେନ କରିଥିଲେ। ଏହାକୁ ବିରୋଧ କରି ଇଡି ନିଜର ପକ୍ଷ ଦାଖଲ କରିଛି। ତଦନ୍ତକାରୀ ସଂସ୍ଥା ଇଡି ଶୁକ୍ରବାର ଦାଖଲ କରିଥିବା ଜବାବରେ କହିଛି ଯେ ସଞ୍ଜୟ ରାଉତ ମନି ଲଣ୍ଡରିଂ ମାମଲାର ଅଭିଯୁକ୍ତ ଓ ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ତେବେ ସେପ୍ଟେମ୍ବର ୧୫ରେ ସଞ୍ଜୟ ରାଉତଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କରାଯାଇଥିଲା। ୨୦୨୨ ମସିହା ଏପ୍ରିଲ ୧ରେ ସଞ୍ଜୟ ରାଉତଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ପ୍ରଥମ ଚାର୍ଜଶିଟ ଦାଖଲ କରିଥିଲା। ସଞ୍ଜୟ ରାଉତଙ୍କ ପ୍ରକ୍ସି ଓ ବିଶ୍ୱସ୍ତ ପ୍ରବୀଣ ରାଉତଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସପ୍ଲିମେଣ୍ଟାରୀ ଚାର୍ଚଶିଟ୍‌ରେ ରହିଛି।