ନବ ଦମ୍ପତିଙ୍କୁ ଉପହାର ଦେବେ ସରକାର: ଡିସେମ୍ବରରୁ ଆରମ୍ଭ ହେବ ବଣ୍ଟନ ପ୍ରକ୍ରିୟା

ଭୁବନେଶ୍ବର : ନବ ଦମ୍ପତିଙ୍କୁ ମିଳିବ ଉପହାର। ସେ ପୁଣି ସରକାରଙ୍କ ପକ୍ଷରୁ ସମସ୍ତ ନବ ଦମ୍ପତିଙ୍କୁ ଉପହାର ବଣ୍ଟନ କରାଯିବ । ନବ ବିବାହିତଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦେବ ଉପହାର । ଆସନ୍ତା ଡ଼ିସେମ୍ବରରୁ ପରିବାର ନିୟୋଜନ ପାଇଁ ନବ ଦମ୍ପତିଙ୍କ ପ୍ରଦାନ ହେବ କିଟ । ଏବେ କିଟ କ୍ରୟ ପ୍ରକ୍ରିୟା ଜାରି ରହିଛି । ପ୍ରତି କିଟ ପିଛା ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଆଶାକର୍ମୀମାନେ ଏହି କିଟ ବଣ୍ଟନ କରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ନବଦମ୍ପତି କିଟ, ଡିସେମ୍ବରରୁ ଆରମ୍ଭ ହେବ ବଣ୍ଟନ ପ୍ରକ୍ରିୟା ନୂଆ ବିବାହ କରିଥିବା ଦମ୍ପତିଙ୍କୁ ଆଶାକର୍ମୀ ଦେବେ ଏହି ଉପହାର । ସ୍ବାସ୍ଥ୍ୟ ବିଭାଗର NRHM ପକ୍ଷରୁ ଦିଆଯିବ ‘ନବଦମ୍ପତି ଗିଫ୍ଟ’ । ଯେଉଁ ଗିଫ୍ଟ ପ୍ୟାକେଟରେ ରହିବ ୨ଟି ଟାୱେଲ, ନେଲ କଟର, ଆଇନା, ପାନିଆ, ଟିକିଲି, ରୁମାଲ ସହ ଅନ୍ୟାନ୍ୟ ପରିବାର ନିୟୋଜନ କିଟ । ଏହି ପରିବାର ନିୟୋଜନ କିଟରେ ନିରୋଧକ, ଓରାଲ କଣ୍ଟ୍ରା ସେପଟିକ ପିଲ, ପ୍ରେଗନେନ୍ସି ଟେଷ୍ଟିଂ କିଟ, ଏମରଜେନ୍ସି କଣ୍ଟ୍ରାସେପ୍ଟିକ ପିଲ୍ସ ଓ ବିବାହ ପଞ୍ଜିକରଣ ଫର୍ମ ରହିବ ।ତା ସହ ପରିବାର ଓ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ କେତେକ ପୁସ୍ତିକା ମଧ୍ୟ ଏହି କିଟରେ ରହିବ । ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ବିବାହ ଋତୁ ତଥା ଡିସେମ୍ବର ମାସରୁ ଲାଗୁ କରାଯିବ ବୋଲି କହିଛନ୍ତି ।

ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ନବଦମ୍ପତିଙ୍କୁ ବିବାହ ଉପହାର ଯୋଜନା ଆରମ୍ଭ ହେଉଛି। ନବ ଦମ୍ପତିଙ୍କ ପାଇଁ ଏହି ଯୋଜନା ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଲାଗୁ କରାଯିବ।

Related Posts