ନାଗପୁର : ମହାରାଷ୍ଟ୍ରର ନାଗପୁର ଜିଲ୍ଲାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ହେବ ନିର୍ବାଚନ । ତେବେ ଏହି ନିର୍ବାଚନରେ ବିଜେପିକୁ ଲାଗିଛି ଶକ୍ତ ଝଟକା । କାରଣ କଂଗ୍ରେସ ପାର୍ଟି ପଞ୍ଚାୟତ ସମିତିର ଅଧିକାଂଶ ସିଟ୍ରେ ବିପୁଳ ବିଜୟ ହାସଲ କରିଛି । ଅଧିକାରୀଙ୍କ କହିବା ଅନୁଯାୟୀ, ବିଜେପି ପଞ୍ଚାୟତ ସମିତିର ଅଧ୍ୟକ୍ଷର କୌଣସି ଗୋଟିଏ ବି ପଦ ଜିତିପାରିନି ।
ଏହାସହ ଉପାଧ୍ୟକ୍ଷରେ କେବଳ ୩ ସିଟ୍ ହାତେଇବାରେ ସଫଳ ହୋଇଛି । ଶନିବାର ଏହାର ଫଳାଫଳ ଘୋଷଣା ହୋଇଥିଲା । ନାଗପୁର ଜିଲ୍ଲା ବିଜେପିର ମହାରାଷ୍ଟ୍ର ୟୁନିଟ୍ ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ, ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ଗଡ ଅଟେ ।
ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟାଳୟ ମଧ୍ୟ ରହିଛି । ଜିଲ୍ଲାରେ କଂଗ୍ରେସ ୧୩ ଅଧ୍ୟକ୍ଷ ପଦରୁ ୮ଟିରେ ବିଜୟ ହାସଲ କରିଛି ।
ଜିଲ୍ଲା ଅଧିକାରୀ କହିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ପଦରେ ତିନୋଟିରେ ସଫଳତା ପାଇଛି, ଯେତେବେଳେ କି ଶିବସେନା ଅଧ୍ୟକ୍ଷ ପଦ ପାଇଁ ଗୋଟିଏରେ ସଫଳତା ପାଇଛି । କଂଗ୍ରେସ ସୌନେର, କଲମେଶ୍ୱର, ପରାସିବନୀ, ମୌଦା, କୈମ୍ପେଟୀ, ଉମରେଡ୍, ଭିବାପୁର, କୁହୀ ଏବଂ ନାଗପୁର ଗ୍ରାମାଞ୍ଚଳରେ ଅଧ୍ୟକ୍ଷ ପଦ ଶିବସେନା ଜିତିଛି ।
ସୂଚନା ଅନୁଯାୟୀ ରାମଟେକ୍ ସିଟ୍ ଉପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏହି ଦଳ ‘ବାଲାସାହେବୁଞ୍ଚି ଶିବସେନା’ ନାମରେ ଜିତିଥିଲା । ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଗ୍ରାମୀଣ ୟୁନିଟର ମୁଖ୍ୟ ରାଜେନ୍ଦ୍ର ମୁଲାକ ପିଟିଆଇକୁ କହିଛନ୍ତି ଯେ ଆରଏସଏସ ତଥା ବରିଷ୍ଠ ନେତା ନିତିନ ଗଡକରୀ, ଦେବେନ୍ଦ୍ର ଫଡନାଭିସଙ୍କ ଦ୍ୱାରା ଦଳ ପରାଜିତ ହୋଇଥିବାରୁ ପଞ୍ଚାୟତ ସମିତିର ଫଳାଫଳ ବିଜେପି କ୍ୟାଡରକୁ ନିରାଶ କରିଛି ।
ଚନ୍ଦ୍ରଶେଖର ବାୱାନକୁଲେ ହୋମ ଗ୍ରାଉଣ୍ଡରେ ପରାଜୟର ସମ୍ମୁଖୀନ ହୋଇଛନ୍ତି । କଂଗ୍ରେସ ନେତା କହିଛନ୍ତି, “ବିଜୟ ଏବଂ ପରାଜୟ ଘଟେ, କିନ୍ତୁ ଯେଉଁଭଳି ଭାବେ ସେମାନେ ହାରିଛନ୍ତି ତାହା ଦର୍ଶାଏ ଯେ, ଜିଲ୍ଲାରେ ବିଜେପି କ୍ୟାଡରଙ୍କ ଥାଟ୍ ଚଳୁନି । ରବିବାର ସରପଞ୍ଚ ଏବଂ ଗ୍ରାମ ପଞ୍ଚାୟତ ସଦସ୍ୟ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସୋମବାର ଫଳାଫଳ ଘୋଷଣା କରାଯିବ