ବାଙ୍ଗାଲୋର: କଂଗ୍ରେସ୍ ପକ୍ଷରୁ ଜାରି ରହିଛି ଭାରତ ଯୋଡ଼ା ଯାତ୍ରା । ଯାହାର ମଙ୍ଗ ଧରିଛନ୍ତି ଖୋଦ୍ ରାହୁଲ୍ ଗାନ୍ଧୀ । ଚାଲିଚାଲି ଲୋକଙ୍କ ନିକଟତର ହେବାର ପ୍ରୟାସ ଜାରି ରଖିଛି କଂଗ୍ରେସ । ତେବେ ଏହି ଅଭିଯାନ ଚାଲିଥିବା ବେଳେ, ପ୍ରତେକ୍ ଦିନ କିଛି ନା କିଛି ରୋଚକ ଖବର ସାମ୍ନାକୁ ଆସୁଛି ।

ଏହାରି ମଧ୍ୟରେ ପ୍ରବଳ ଖରାରେ ବାହାରେ ବୁଲୁଥିବାରୁ ଯେଭଳି ଟ୍ୟାନ(ଚର୍ମର ରଙ୍ଗ ପରିବର୍ତ୍ତନ) ନ ହୁଏ, ସେଥିପାଇଁ ମୋ ମା ସନସ୍କ୍ରିନ ଲୋସନ ପଠାଇଛନ୍ତି ବୋଲି କହିଛନ୍ତି ରାହୁଲ୍ ଗାନ୍ଧୀ | କିନ୍ତୁ ମୁଁ କେବେ ବ୍ୟବହାର କରେ ନାହିଁ | କଂଗ୍ରେସର ଯୁବ କର୍ମୀଙ୍କ ସହ କିଛି ଆଲୋଚନା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଭଳି କହିଛନ୍ତି |

ଭାରତ ଯୋଡ଼ ପଦଯାତ୍ରା ସମୟରେ ରାହୁଲ ଖରାରେ ବୁଲୁଥିବାବେଳେ ସେ ନିଜ ଚର୍ମକୁ ସୁରକ୍ଷା ଦେବା ପାଇଁ କ’ଣ କରନ୍ତି ବୋଲି କିଛି ଲୋକ ପଚାରିଥିଲେ | ଆଉ ଏହି ପ୍ରଶ୍ନର ଉତ୍ତରରେ ରାହୁଲ କିଛି ଏଭଳି କହିଛନ୍ତି |

ବାସ୍ତବରେ କର୍ଣ୍ଣାଟକରେ ଏବେ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା କରୁଥିବାବେଳେ ସୋମବାର ଦିନ କିଛି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ | ଏହି ସମୟରେ ସେମାନେ ପଚାରିଥିଲେ ଯେ ଯାତ୍ରା ସମୟରେ ଟ୍ୟାନିଂରୁ ଦୂରେଇ ରହିବାକୁ ରାହୁଲ କଣ କରନ୍ତି | ଆଉ ଏହାର ଉତ୍ତର ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ କୌଣସି ସନସ୍କ୍ରିନ ଲୋସନ ବ୍ୟବହାର କରନ୍ତି ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ମା ସନସ୍କ୍ରିନ ଲୋସନ ପଠାଇଛନ୍ତି କିନ୍ତୁ ମୁଁ ଏହାକୁ ବ୍ୟବହାର କରି ନାହିଁ। ସେହିପରି ଜଣେ ପଚାରିଥିଲେ, ଆପଣ କେଉଁ ସନସ୍କ୍ରିନ ଲୋସନ ବ୍ୟବହାର କରୁଛନ୍ତି? ଏହାର ଉତ୍ତରରେ ରାହୁଲ କହିଥିଲେ ଯେ ନା ମୁଁ ସେସବୁ କ୍ରିମ ବ୍ୟବହାର କରେ ନାହିଁ | ଏହାପରେ ପ୍ରଶ୍ନ ପଚାରିଥିବା ବ୍ୟକ୍ତି ଜଣକ କହିଥିଲେ ଯେ ଆପଣଙ୍କ ଚେହେରା ସୂର୍ଯ୍ୟ ଭଳି ଚମକୁଛି ।