ନାରଦା ମାମଲାରେ ନୂଆ ମୋଡ଼ ; ମମତା ଙ୍କ ନାଁ ରେ ଚାର୍ଜସିଟ ଦାଖଲ କଲା ସିଵିଆଇ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିନକୁ ଦିନ ନୂଆ ମୋଡ଼ ନେଉଛି ନାରଦା ଲାଞ୍ଚ ମାମଲା । ଏହି କେସରେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡୁଆ ମଧ୍ୟ ବଢିବାକୁ ଯାଉଛି । ମେ ୧୭ ରେ ସିବିଆଇ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ତୃଣମୂଳ କଂଗ୍ରେସର ଦୁଇ ମନ୍ତ୍ରୀ ସହ ତିନି ଜଣ ନେତାଙ୍କୁ ଗିରଫ କରିଥିଲା । କିନ୍ତୁ ନାରଦା ମାମଲାରେ ଶୁଭେନ୍ଦୁ ଅଧିକାରୀ , ମୁକୁଲ ରାୟ , କାକୋଲି ଘୋଷ ଦସ୍ତିଦାର ଓ ସୌଗତ ରୟଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନହେବାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ସିିବିଆଇ ଦାଖଲ କରିଥିବା ଚାର୍ଜସିଟରେ କୁହାଯାଇଛି ଯେ ଏହି ଚାରି ରାଜନେତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଆବଶ୍ୟକ ଅନୁମତି ପାଇ ନାହାଁନ୍ତି । ଚାର୍ଜସିଟରେ ଗିରଫ କରାଯାଇଥିବା ୪ଜଣ ନେତାଙ୍କୁ ଆରୋପି ବୋଲି କୁହାଯାଇଛି । ମାମଲାକୁ ପଶ୍ଚିମବଙ୍ଗରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସିବିଆଇ କିଲିକତା ହାଇକୋର୍ଟରେ ଆବେଦନ କରିଛି । ଏହି ଆବେଦନରେ ସିବିଆଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ , ମଳୟ ଘଟକ ଓ କଲ୍ୟାଣ ବାନାର୍ଜିଙ୍କ ନାମ ଉଲ୍ଲେଖ କରିଛି । ସିବିଆଇ ଦ୍ୱାରା ଦାଖଲ କରାଯାଇଥିବା ୫୩ ପୃଷ୍ଠାର ଚାର୍ଜସିଟ୍ ଅନୁଯାୟୀ ଚାରିଜଣ ଟିଏମସି ନେତା ଫିରହାଦ୍ ହାକିମ, ସୁବ୍ରତ ମୁଖାର୍ଜୀ, ମଦନ ମିତ୍ର ଓ ଶୋଭନ ଚଟ୍ଟୋପଧ୍ୟାୟ ଗିରଫ ହେବାର କିଛି ସମୟ ପୂର୍ବରୁ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଉପସ୍ଥାପନା କରାଯାଇଥିଲା ।ମମତାଙ୍କ ଘନିଷ୍ଠ ସହଯୋଗୀ ତଥା ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ୧୨୩ ପୃଷ୍ଠାର ଆବେଦନରେ ରାଜ୍ୟମନ୍ତ୍ରୀ ମଳୟ ଘଟକଙ୍କୁ ଅନ୍ତର୍ଭୁକ୍ତ କରିଛି । । ସିବିଆଇ କେର୍ଟକୁ କହିଛି ନାରଦା ମାମଲା ୨୦୧୪ ମସିହାର ଅଟେ ।ସେହି ସମୟରେ ଟିଏମସି ଅଧିକାରୀ ମୁକୁଲ ରୟ ଓ କୋକିଲ ଘୋଷଙ୍କ ସମେତ ଶାସକ ଦଳର ନେତା ସୌଗତ ରୟ କାକୋଲି ଘୋଷ ମଧ୍ୟ ସାସଂଦ ଥିଲେ ଏଭଳି ପରିସ୍ଥିତିରେ ସେ ଦକ୍ଷ ଅଧୀକାରୀଙ୍କଠାରୁ ଅନୁମତି ପାଇ ନଥିଲେ ସିବିଆଇ କୋର୍ଟକୁ କହିଛି ଏହି ଚାର୍ଜସିଟ କାରଣରୁ ଏହି ଚାରିଜଣ ନେତାଙ୍କ ବିରାଧରେ ମାମଲା ରୁଜୁ ହୋଇପାରିବ ନାହିଁ । ଏଭଳି ପରିସ୍ଥିତରେ ରାଜ୍ୟପାଳ ଜଗଦୀପ ଧନକରଙ୍କ ତରଫରୁ ଫରିହାଦ୍ ହାକିମ , ମଦନ ମିତ୍ର , ସୁବ୍ରତ ମୁଖାର୍ଜୀ ଓ ଶୋଭନ ଚାଟ୍ଟାର୍ଜୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନୁମତି ଦିଆଯାଇଥିଲା । ଗିରଫ ହେବାର କିଛି ସମୟ ପରେ ସିବିଆଇ କାର୍ଯ୍ୟାଳୟ ବାହାରେ ତୃଣମୂଳ କର୍ମଚାରୀଙ୍କ ଭିଡ ଜମିଥିଲା ମୁଖ୍ୟମନ୍ତ୍ରୀ ସେଠାକୁ ଯାଇ ଏକ ଧର୍ମ ଘଟ କରିଥିଲେ ଏବଂ ଯୁକ୍ତି ବାଢିଥିଲେ ଯେ ମନ୍ତ୍ରୀମାନେ ଯେପରି ଉପଯୁକ୍ତ ପ୍ରକ୍ରିୟା ବିନା ଗିରଫ ହୋଇଥିଲେ , ସେହିପରି ସିବିଆଇକୁ ମୋତେ ମଧ୍ୟ ଗିରଫ କରିବାକୁ ପଡିବ ବୋଲି ମମତା ବାନାର୍ଜୀ କହିଥିଲେ।
ତେବେ ଗିରଫ ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ଚାରିଜଣ ନେତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଏହା ପରେ ସିବିଆଇପକ୍ଷରୁ କଲିକତା ହାଇକୋର୍ଟରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା । ହାଇକୋର୍ଟ ଟିଏମସିର ଏହି ୪ ନେତାଙ୍କ ଜାମିନ ନାମଞ୍ଜୁର କରିଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନେତା ମାନଙ୍କୁ ସିବିଆଇ ହେପାଜତରେ ରଖିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Related Posts