ମଧ୍ୟପ୍ରଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର: ପହଞ୍ଚିଲାନି ଆମ୍ବୁଲାନ୍ସ, ଜେସିବିରେ ହସ୍ପିଟାଲ ଗଲେ ଆହତ ବ୍ୟକ୍ତି

ଇନ୍ଦୋର: ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ବିକଳ ଚିତ୍ର । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିପରିଲାନି ଆମ୍ୱୁଲାନ୍ସ । ଫଳରେ ଆହତ ବ୍ୟକ୍ତିଙ୍କୁ ନ ଜେସିବିର ବକେଟ୍‌ରେ ଲଦି ହସ୍ପିଟାଲ ନିଆଯାଇଛି ।

ସୂଚନା ଅନୁସାରେ, କଟନୀ ଜିଲ୍ଲାର ଖତୌଲୀଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନେବା ପାଇଁ ଆମ୍ୱଲାନ୍ସର ଆବଶ୍ୟକତା ପଡିଥିଲା । କଲ୍ କରିବାର ଦୀର୍ଘ ସମୟ ପରେ ମଧ୍ୟ ଦୁର୍ଘଟଣାସ୍ଥଳରେ ଆମ୍ୱୁଲାନ୍ସ ପହଞ୍ଚି ନଥିଲା। ଆତଙ୍କ ଅବସ୍ଥା ଅଧିକ ଗୁରୁତର ହେବା ଦେଖି ସେଠାରେ ଉପସ୍ଥିତ ଲୋକେ ଜେସିବିର ବକେଟରେ ଲଦି ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ।

ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛଇ କଟନୀ ଜିଲ୍ଲା ହସ୍ପିଟାଲରେ ଲକ୍ଷ ଲକ୍ଷ ଟଙ୍କାର ଆମ୍ୱୁଲାନ୍ସ ପଡି ରହିଛି। ସାଂସଦ ବିବେକ ତନଖାଙ୍କ ଦ୍ୱାରା ଏହି ଆମ୍ୱୁଲାନ୍ସର ରୋଗୀଙ୍କ ପାଇଁ ଉପଲବ୍ଧ କରାଯାଇଥିଲା, କିନ୍ତୁ ଏହା ରୋଗୀଙ୍କ ସେବାରେ ଆସିବା ପରିବର୍ତ୍ତି ଧୂଳି ଖାଉଛି।

Related Posts