ଅପରାହ୍ନ ୪ଟାରେ ବଡ ଘୋଷଣା କରିପାରନ୍ତି ମୁଖ୍ୟ ସଚିବ

prees meet

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟରେ ୧୪ ଦିନିଆ ଲୋଗଡାଉନ ଘୋଷଣା କରାଯାଇଛି । ତେବେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ ୪ଟି ୩୦ରେ ମୁଖ୍ୟ ଶାସନ ସଚିବ ପ୍ରେସମିଟ କରିବେ । ଏହି ପ୍ରେସମିଟରେ ମୁଖ୍ୟ ସଚିବ କିଛି ବଡ ଘୋଷଣା କରିବାର ସୂଚନା ମିଳିଛି । ଅନ୍ୟପଟେ ସାରା ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂତନ କେସ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୪୯୨କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୯୧ ହଜାର ୬୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ଲକ୍ଷ ୬ ହଜାର ୪୭୧ ଟି ଆକ୍ଟିଭ କେସ ଅଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୧ ଜଣଙ୍କ ମୃତୁ୍ୟ ଘଟିଛି । ଏହାକୁ ମିଶାଇ ସାରା ରାଜ୍ୟରେ ମୋଟ ମୃତୁ୍ୟ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲକଡାଉନ ବଢିବାର ଆଶଙ୍କା କରାଯାଉଛି । ଅପରାହ୍ନରେ ହେବାକୁ ଥିବା ପ୍ରେସମିଟରେ ଏନଏଚଏମ ନିଦେ୍ର୍ଦଶିକା ଶାଳିନୀ ପଣ୍ଡିତ ଏବଂ ବିଏମସି କମିଶନର ସଞ୍ଜୟ ସିଂହ ଉପସ୍ଥିତ ରହିବେ ।

Related Posts