ଲଗାତାର ତୃତୀୟ ଥର ପାଇଁ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଭାବେ ମନୋନୀତ ହେଲେ ଅଖିଳେଶ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ସମାଜବାଦୀ ପାର୍ଟି(ସପା)ର ଜାତୀୟ ସମ୍ମିଳନୀ ଗୁରୁବାର ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ରାମବାଇ ମଇଦାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଅଖିଳେଶ ଯାଦବ କ୍ରମାଗତ ତୃତୀୟ ଥର ପାଇଁ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି। ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବା ପରେ ଦଳର କର୍ମୀ ମାନଙ୍କ ଉଦ୍ଦେଶ୍ୟରେ ଅଖିଳେଶ ନିଜର ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି ଯେ, ଅଧ୍ୟକ୍ଷ ଭାବରେ ମନୋନୀତ କରି ମୋ ଉପରେ ଆପଣ ମାନେ ଯେଉଁ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ସେଥିପାଇଁ ମୁଁ କୃତଜ୍ଞ। ଆଗକୁ ଆମେ ଲଢିବା ଏବଂ ଜିତିବା। ଆମେ ସପାକୁ ଏକ ଜାତୀୟ ଦଳ କରିବାକୁ ସଂକଳ୍ପ ନେବା ବୋଲି ସେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୧, ୨୦୧୪ରେ ପ୍ରଥମ ଥର ପାଇଁ ଅଖିଳେଶଙ୍କୁ ମୁଲାୟମ ସିଂ ଯାଦବଙ୍କ ସ୍ଥାନରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଇଥିଲା। ଏହା ପରେ, ଅକ୍ଟୋବର ୨୦୧୭ରେ ଆଗ୍ରା ଠାରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀରେ ସେ ପୁଣି ଥରେ ସର୍ବସମ୍ମତି କ୍ରମେ ଦଳର ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ। ଅଖିଳେଶ ଯାଦବଙ୍କ ପୂର୍ବରୁ ତାଙ୍କ ପିତା ମୁଲାୟମ ସିଂ ଯାଦବ ଦଳ ଆରମ୍ଭରୁ ଅଧ୍ୟକ୍ଷ ଥିଲେ। l

Related Posts