ଆଲପନ୍ ଚାପ୍ଟର ଖତମ୍ – ପଶ୍ଚିମବଙ୍ଗ ସରକାର ତାଙ୍କୁ ସହଯୋଗ କରିବେ : ମମତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ଦେଶର ନଜର ବର୍ତ୍ତମାନ ପଶ୍ଚିମବଙ୍ଗ ଉପରେ ରହିଛି । ତେବେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପାନ ବନ୍ଦପାଧ୍ୟାୟ ନିଜ ପଦରୁ ଅବସର ନେଲା ପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଏହାର ପ୍ରତିକ୍ରିୟା ରଖି ଦିନକ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ବୟାନ ଦେଇଛନ୍ତି । ତେବେ ମମତା ବାନାର୍ଜୀ ପଶ୍ଚିମବଙ୍ଗ ସରକାରଙ୍କ ସହ ଯାହା ବି ହେଉନା କାହିଁକି ଆଲାପନ୍ ବନ୍ଦପାଧ୍ୟାୟଙ୍କୁ ସମ୍ପୂର୍ଣ୍ଣ ସହାୟତା କରିବେ ବୋଲି କହିଛନ୍ତି । କିଛିଦିନ ପୂର୍ବରୁ ମମତା ବାନାର୍ଜୀ ତାଙ୍କୁ ତାଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କରିଥିଲେ। ମେ ୨୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଇକ୍ଲୋନ୍ ବୈଠକରେ ମୁଖ୍ୟ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ୧୫ ମିନିଟ ବିଳମ୍ବରେ ପହଞ୍ଚିବା ପରେ ହିଁ ଏ ସବୁର ଆରମ୍ଭ ହୋଇଥିଲା । ଅନ୍ୟପଟେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯଦି ଏହା ବିଧିଗତ ମାମଲାରେ ପରିଣତ ହୁଏ ତାହାଲେ ଜେଲ ଦଣ୍ଡ ହେବାର ଉଲ୍ଲେଖ କରାଯାଇଛି । ମୁଖ୍ୟ ଶାସନ ସଚିବ ଆଲାପାନ ବନ୍ଦପାଧ୍ୟାୟଙ୍କୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଯେଉଁଥିରେ ତିନି ଦିନ ମଧ୍ୟରେ ଉତ୍ତର ମଗାଯାଇଛି । କେବଳ ଏତିକି ନୁହେଁ ବରଂ କର୍ମଚାରୀ ଏବଂ ପ୍ରଶିକ୍ଷଣ ବିଭାଗ ମଧ୍ୟ ଦିଲ୍ଲୀକୁ ରିପୋର୍ଟ କରିବାରେ ବିଫଳ ହୋଇଥିବାରୁ ବନ୍ଦପାଧ୍ୟାୟଙ୍କୁ ନୋଟିସ୍ ପ୍ରଦାନ କରାଯାଇଥିଲା । ଏହା ପରେ ବନ୍ଦପାଧ୍ୟାୟ ନିଜ ପଦରୁ ଅବସର ନେଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ । ଅନ୍ୟପଟେ ଟିଏମସି ପାର୍ଟି ସାଂସଦ ସୁଖେଣ୍ଡୁ ସେଖର ରୟ ଏହାର ପ୍ରତିକ୍ରିୟା ରଖି ବଡ଼ ବୟାନ ଦେଇଛନ୍ତି । ତେବେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ଉପରେ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ୍ ମୂଲ୍ୟହୀନ ଅଟେ ବୋଲି ସେ କହିଥିଲେ । କାରଣ ବିପର୍ଯ୍ୟୟ ପରିଚାଳନା ଅଧିନିୟମର Sec.51 (a) କିମ୍ବା (b) ଅନୁଯାୟୀ ତାଙ୍କୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ଯଦି ଏହାର ନିର୍ଦେଶ ଦିଆଯାଇନାହିଁ ତାହାଲେ ଏହାର ଉଲ୍ଲଂଘନର ପ୍ରଶ୍ନ ଉଠୁଛି କେଉଁଠୁ ! ପ୍ରତିଶୋଧ ନେବା ଲକ୍ଷ୍ୟରେ ଏପରି କାର୍ଯ୍ୟକୁ ବନ୍ଦ କରାଯାଉ ବୋଲି କହିଛନ୍ତି । ଅପରିପକ୍ଷେ ଏହାର ପ୍ରତିକ୍ରିୟା ରଖିଛନ୍ତି ବିଜେପିର ସୁଭେନ୍ଦୁ ଅଧିକାରୀ । ତେବେ ନିୟମ ଉଲ୍ଲଂଘନ କରି ବିଦାୟ ନେଉଥିବା ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ଦାବି କରୁଛି। ଏକ ପ୍ରାକୃତିକ ବିପର୍ଯ୍ୟୟ ଏବଂ ମହାମାରୀ ସମୟରେ ନିଜ କାର୍ଯ୍ୟରେ ରାଜନୀତିକ ଉଦ୍ଦେଶ୍ୟରେ ଅନିୟମିତତା ଦେଖାଇବାକୁ ବର ଦାସ୍ତ୍ କରାଯିବ ନାହିଁ । ଏହା ନିଜ ପଦରୁ ଇସ୍ତଫା ଦେଇ ମୁଖ୍ୟ ଶାସନ ସଚିବ ମମତାଙ୍କ ମୁଖ୍ୟ ପରାମର୍ଶଦାତାହେବା ପାଇଁ ଯାଉଛନ୍ତି । ଏପରି କରି ପ୍ରତି ମାସରେ 2.5 ଲକ୍ଷ ଟଙ୍କା ଏବଂ ଆରାମଦାୟକ ଭତ୍ତା ଉପଭୋଗ କରିବାର ଆଶା ରଖିଛନ୍ତି ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି । ଅନ୍ୟପଟେ ଶୁଭେନ୍ଦୁ ଅଧିକାରୀ ଙ୍କ ଏପରି କଥାକୁ ସହଜରେ ହଜମ କରିପାରିନାହାନ୍ତି ଟିଏମସିର ତାପସ ରୟ । ତେବେ ପ୍ରଥମେ ଶୁଭେନ୍ଦୁଙ୍କୁ ଜାଣିବା ଉଚିତ, ତା’ପରେ ଏକ ବିବୃତ୍ତି ଦେବା ଉଚିତ। ନଚେତ୍ ଆମେ ତାଙ୍କୁ କୋର୍ଟକୁ ଟାଣିବୁ ବୋଲି ସିଧାସଳଖ ପ୍ରତିକ୍ରିୟା ରଖି କହିଛନ୍ତି ଟିଏମସି ନେତା ତାପସ ରୟ ।

Related Posts